ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂଆ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶିତ

Spread the love

ନୂଆଦିଲ୍ଲୀ : ଜଙ୍ଗଲର ବିଜ୍ଞାନଭିତ୍ତିକ ପରିଚାଳନା ଓ ନୂତନ ରକ୍ଷଣାବେକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍-୨୦୨୩ ପ୍ରକାଶ ପାଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏହି ଜାତୀୟ କାର୍ଯ୍ୟକାରୀ ଯୋଜନାକୁ ପ୍ରକାଶ କରାଯାଇଛି ।

ଆଜି ଜୁନ ୧୭ ତାରିଖଟି ମଧ୍ୟ ବିଶ୍ୱ ମରୁଭୂମି ବିସ୍ତାର ନିରୋଧ ଓ ମରୁଡି ପ୍ରତିରୋଧ ଦିବସ ଭାବେ ପାଳିତ ହୋଇଛି। ଏହି ଅବସରରେ ଡେରାଡୁନସ୍ଥିତ ଭାରତୀୟ ଜଙ୍ଗଲ ଗବେଷଣା ଓ ଶିକ୍ଷା ପରିଷଦ (ଆଇସିଏଫ୍ଆର୍ଇ) ସଦର କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସମୂହର ମହାନିର୍ଦ୍ଦେଶକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଶ୍ରୀ ଚନ୍ଦ୍ରପ୍ରକାଶ ଗୋୟଲ (ଆଇଏଫ୍ଏସ୍) ଏହି ଜାତୀୟ କାର୍ଯ୍ୟକାରୀ ଯୋଜନା କୋଡ୍ ୨୦୨୩କୁ ଉନ୍ମୋଚନ କରିଥିଲେ ।

Leave a Reply

Your email address will not be published. Required fields are marked *