ଏନସିପି ଅଧ୍ୟକ୍ଷ ଶରଦ ପାୱାରକୁ ଜୀବନରୁ ମାରିବାକୁ ଧମକ, ଝିଅ ସୁପ୍ରିୟା ସୁଲେ କଲେ ଅଭିଯୋଗ

Spread the love

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ରାକାମ୍ପା)ର ଅଧ୍ୟକ୍ଷ ଶରଦ ପାୱାରଙ୍କୁ ଶୁକ୍ରବାର ଦିନ ସୋସିଆଲ ମିଡିୟା ଉପରେ ଜୀବନରୁ ମାରିବାର ଧମକ ମିଳିଛି । ଏହାପରେ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ମୁମ୍ବାଇ ପୋଲିସ ଆୟୁକ୍ତ ବିବେକ ପଡ଼ସଲକରଙ୍କୁ ସାକ୍ଷାତ କରି ଏହି ଧମକିର ଅଭିଯୋଗ ରୁଜୁ କରାଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାବୀଶ କହିଛନ୍ତି ଯେ ଏହି ମାମଲାର ତତ୍କାଳ ଯାଞ୍ଚ କରାଯିବ । ଧମକ ଦେଇଥିବାମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠା କରାଯିବ । ଏହି ଧମକି ପରେ ଶରଦ ପାୱାର ମୁମ୍ବାଇ ଏବଂ ପୁଣେ ସ୍ଥିତ ଆବାସ ଉପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଛନ୍ତି ।

ସୂଚନା ଅନୁଯାୟୀ ଟ୍ୱୀଟର ହ୍ୟାଣ୍ଡେଲ ଏବଂ ଫେସବୁକ ଉପରେ ଏକ ପୋଷ୍ଟ ଜରିଆରେ ଶରଦ ପାୱାରଙ୍କୁ ଜୀବନରୁ ମାରିବାର ଧମକି ଦିଆଯାଇଛି । ଏହି ଧମକି ସୌରଭ ପିମ୍ପଲକରଙ୍କ ଟ୍ୱୀଟର ହ୍ୟାଣ୍ଡେଲରେ ଦିଆଯାଇଛି ।