ଅବିଭାଗିକୃତ

ଭାରତରେ ‘ଆତ୍ମଘାତୀ ବିସ୍ଫୋରଣ’ ର ଧମକ ଦେଇଛି “ଅଲ-କାଏଦା”

ଅପମାନର ପ୍ରତିଶୋଧ ନେବବୋଲି ଧମକ ଦେଇଛି ଆତଙ୍କବାଦି ସଙ୍ଗଠନ “ଅଲ-କାଏଦା” l ପ୍ରଫେଟ ମହମ୍ମଦଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶ ଏବଂ ଗୁଜୁରାଟରେ ‘ଆତ୍ମଘାତୀ ବିସ୍ଫୋରଣ’ କରିବା ପାଇଁ ଭାରତୀୟ ଉପମହାଦେଶର ଆତଙ୍କବାଦି ସଙ୍ଗଠନ ଅଲ-କାଏଦା ଏକ ଚେତାବନୀ ଦେଇଛି। ଭାରତୀୟ ଜନତା ପାର୍ଟି ର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହେବା ପରେ ତାଙ୍କୁ ଦଳ ନିଲମ୍ବିତ କରିଥିଲା। ନୁପୁର ଦେଇଥିବା ବିବାଦୀୟ ବିବୃତ୍ତି ଏକ ଆନ୍ତର୍ଜାତୀୟ ସ୍ତରରେ ଉତ୍ତେଜନା ସୃଷ୍ଟି କରିଥିଲା।

ଆଫଗାନିସ୍ତାନ, ପାକିସ୍ଥାନ, ସାଉଦି ଆରବ, ୟୁଏଇ, କାତାର, କୁଏତ, ବହାରେନ, ଇଣ୍ଡୋନେସିଆ ଏବଂ ଇରାନ ସମେତ ଅନେକ ମୁସଲମାନ ରାଷ୍ଟ୍ର ତଥା ଇସଲାମିକ ସଂଗଠନ ଏହାକୁ ବିରୋଧ କରିଥିବା ବେଳେ ଏବେ ଏହି ଆତ୍ମଘାତୀ ବିସ୍ଫୋରଣ ର ଧମକ ଚିନ୍ତା ର କାରଣ ପଲିଟିଛି l

Related Articles

Leave a Reply

Your email address will not be published.

Back to top button