ଅଲବରରେ ଦୂଷିତ କୁଲଫି ଖାଇ ୭୦ରୁ ଉର୍ଦ୍ଧ୍ଵ ଅସୁସ୍ଥ

Spread the love

ଅଲବର : ଅଲବର ଜିଲ୍ଲାର ରାଜଗଡ଼ କସବେ କି ରୈଣୀ ପଞ୍ଚାୟତ ସମିତିର ଖୁର୍ଦ ଗ୍ରାମରେ ଦୂଷିତ କୁଲଫି ଖାଇ ୭୦ରୁ ଉର୍ଦ୍ଧ୍ଵ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ମାନଙ୍କ ମଧ୍ୟରେ ଶିଶୁ ଏବଂ ବୟସ୍କ ମଧ୍ୟ ରହିଛନ୍ତି । ସେମାନଙ୍କୁ ଚିକିତ୍ସା ନିମନ୍ତେ ରାଜଗଡ଼, ରୈଣୀ ଏବଂ ବାନ୍ଦିକୁଇ ମେଡିକାଲରେ ଭର୍ତି କରାଯାଇଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗୁରୁବାର ସଂନ୍ଧ୍ୟାରେ ଜଣେ ବ୍ୟକ୍ତି କୁଲଫି ବିକ୍ରୀ କରିବାକୁ ଗ୍ରାମକୁ ଆସିଥିଲା । ଶିଶୁ ଓ ବୟସ୍କ ମାନେ ତା’ ଠାରୁ କୁଲଫି କିଣି ଖାଇଥିଲେ । କୁଲଫି ଖାଇବାର ୨ ଘଣ୍ଟା ପରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା, ପେଟ ଦରଜ ଲାଗିଥିଲା । ସେମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ରାଜଗଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ତନ୍ମଧ୍ୟରୁ ୧୧ ଜଣ ଶିଶୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ରାଜଗଡ଼ରୁ ଅଲବର ମେଡିକାଲକୁ ରେଫର୍ କରାଯାଇଛି । ଏହା ବ୍ୟତୀତ ରାଜଗଡ଼ ଚିକିତ୍ସାଳୟରେ ୪୪ ଜଣଙ୍କ ଚିକିତ୍ସା ଚାଲିଛି । ସେହିପରି ଅସୁସ୍ଥ ୧୦ ଜଣଙ୍କୁ ବାନ୍ଦିକୁଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ତନ୍ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସାଙ୍ଘାତିକ ହୋଇପଡିବାରୁ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜୟପୁର ରେଫର୍ କରାଯାଇଛି । ଅନ୍ୟପକ୍ଷରେ ରୈଣୀ ମେଡ଼ିକାଲରେ ୮ ଜଣ ଚିକିତ୍ସାଧିନ ରହିଛନ୍ତି ।

Leave a Reply

Your email address will not be published. Required fields are marked *