ଭୁଲରେ ପଶି ଆସିଥିବା ପାକିସ୍ଥାନ ନାଗରିକଙ୍କୁ ପାକିସ୍ତାନୀ ରେଞ୍ଜରଙ୍କୁ କରାଗଲା ହସ୍ତାନ୍ତର

Spread the love

ଚଣ୍ଡିଗଡ : ସୀମା ସୁରକ୍ଷା ବଳ ପଞ୍ଜାବର ତରନତାରନ ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମାରୁ ଧରା ପଡିଥିବା ଦୁଇ ପାକିସ୍ଥାନ ନାଗରିକଙ୍କୁ ମଙ୍ଗଳବାରଦିନ ପାକ ରେଞ୍ଜର ପାଖକୁ ପଠାଇ ଦିଆଯାଇଛି । ଏହି ନାଗରିକମାନଙ୍କ ଠାରୁ ବିଏସଏଫ୍ କୁ କୌଣସି ସଂନ୍ଦିଗ୍ଧ ଜିନିଷ ମିଳି ନାହିଁ ।

ବିଏସ୍ଏଫ୍ ଅନୁସାରେ ୫ ଜୁନ ୨୦୨୩ ଦିନ ସୁରକ୍ଷା କର୍ମି ମାନେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ୨ ପାକ ନାଗରିକ ଭାରତ ସୀମାକୁ ପଶି ଆସିଥିଲେ । ଏହି ଘଟଣା ତରନତାରନ ଜିଲ୍ଲା ନୌସେରା ଜିଲ୍ଲା ଗ୍ରାମ ପାଖରେ ହୋଇଥିଲା । ଧରା ପଡିଥିବା ପାକିସ୍ଥାନ ନାଗରିକ ହେଉଛନ୍ତି ଟୋବା ଟେକ ସିଂହ ନିବାସୀ ସବିବ ଖାନ ଓ ଅନ୍ୟ ଜଣେ ହେଉଛି ପାକିସ୍ଥାନର ଲାହୋର ସାଦରା ଗ୍ରାମର ମହମ୍ମଦ ଚାନ୍ଦ । ପଚରା ଉଚରା ପରେ ଧରା ପଡିଥିବା ନାଗରିକ ମାନେ କହିଛନ୍ତି ଯେ ସେମାନେ ଅଜାଣତରେ ଭାରତୀୟ ସୀମା ଭିତରକୁ ପଶି ଆସିଛନ୍ତି । ଯାଞ୍ଚ ବେଳେ ସେମାନଙ୍କ ଠାରୁ ପାକିସ୍ଥାନର ୧୦୦୦ ଟଙ୍କିଆ ନୋଟ ବ୍ୟତିତ କୋଣସି ଆପତି ଜନକ ଜିନିଷ ମିଳିନାହିଁ ।

Leave a Reply

Your email address will not be published. Required fields are marked *