ବିଶ୍ୱ

ଚୀନ ଗଲେ ପାକ୍‌ ଛାତ୍ର, ଭାରତୀୟ ଅପେକ୍ଷାରେ…

କରୋନା ପାଇଁ ଚୀନ ଛାଡିଥିବା ସେଠାରେ ପଢୁଥିବା ବିଭିନ୍ନ ରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ପୁଣି ଚୀନ ଯିବାକୁ ମିଳିଛି ଅନୁମତି। ଏହା ମଧ୍ୟରେ ପାକିସ୍ତାନରୁ ଏକ ଦଳ ଛାତ୍ରଛାତ୍ରୀ ସେମାନଙ୍କ ପଢା ପାଇଁ ଚୀନ ଗଲେଣି।  ପାକିସ୍ତାନର କେନ୍ଦ୍ର ଶିକ୍ଷା ଓ ବୈଷୟିକ ପ୍ରଶିକ୍ଷଣ ମନ୍ତ୍ରୀ  ରାଣା ତନବୀନ ହୁସେନ ଇସଲାମବାଦରୁ ସେମାନଙ୍କୁ ବିଦାୟ ଦେଇଛନ୍ତି। କିନ୍ତୁ ଭାରତୀୟ ଛାତ୍ରଛାତ୍ରୀ ଏବେ ମଧ୍ୟ ଅପେକ୍ଷାରେ ରହିଛନ୍ତି।

କରୋନା ପାଇଁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ଚୀନ ଲଗାଇଥିବା ଯାତ୍ରା ପ୍ରତିବନ୍ଧକ ହଟାଇ ଦେଇଛି। ଏହା ପରେ ପାକିସ୍ତାନରୁ ବହୁ ଛାତ୍ରଛାତ୍ରୀ ଅଧାରୁ ଛାଡିଥିବା ସେମାନଙ୍କ ପାଠ ପଢିବାକୁ ଚୀନ ଯାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ସେଠାକାର ଶିକ୍ଷା ମନ୍ତ୍ରୀ ରାଣା ତନବୀର ବିଦେୟ ଦେଇଛନ୍ତି। ଚୀନକୁ ଯିବା ନେଇ ଅନୁମତି ମିଳିବା ପରେ ମନ୍ତ୍ରୀ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ବିଭାଗ ପକ୍ଷରୁ କୁହାଯାଇଛି କି, ପାକ୍‌ ଛାତ୍ରଛାତ୍ରୀଙ୍କ ଚୀନ ଫେରିବା ନେଇ ବିଭାଗ ପକ୍ଷରୁ ସେଠାକାର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା।

ଏହା ପରେ ତତ୍କାଳ ସମସ୍ତ ସମାଧାନ ବାହାର କରାଯାଇଛି। ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ ଓ ନଗରିକ ଉଡାଣ ପ୍ରାଧିକରଣ ସମ୍ପର୍କ କରିଥିଲା ଚୀନ ସହ। ହଜ ଯାତ୍ରା ପାଇଁ ବିମାନ ଯାତ୍ରାରେ ଭିଡ ସତ୍ତ୍ୱେ ଛାତ୍ରଙ୍କ ଉଡାଣ ପାଇଁ ପଥ ପରିଷ୍କାର କରାଯାଇଥିଲା।   ମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାରମ୍ଭିକ ଅବସ୍ଥାରେ ୧୦୫ ଛାତ ଛାତ୍ରୀଙ୍କୁ ଚୀନ ପଠାଯାଇଥିବା ବେଳେ ୫,୮୩୨ ଛାତ୍ରଛାତ୍ରୀ ଚୀନ ଯିବାକୁ ଅନଲାଇନ ଆବେଦନ କରିଛନ୍ତି।ଅନ୍ୟପଟେ ଚୀନରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ମେଡିକାଲ ପୖବାକୁ ଯାଉଥିବା ବେଳେ କିନ୍ତୁ  କୋଭିଡ ପାଇଁ ଭାରତ ଫେରିଥିବା ଛାତ୍ରଛାତ୍ରୀଙ୍କୁ ମିଳୁନି ଅନୁମତି।

୨ ବର୍ଷରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀ ଘରେ ରହି ଆସୁଛନ୍ତି। ସେମାନଙ୍କ ଚୀନ ଫେରିବା ନେଇ ବାରମ୍ୱାର ଭାରତୀୟ ବିଦେଶ ମନ୍ତ୍ରଣାଳୟ ଯୋଗାଯୋଗ କରିଥିଲେ ମଧ୍ୟ ଚୀନ ପକ୍ଷରୁ ଅନୁମତି ମିଳୁ ନାହିଁ। ତେବେ କିଛି ଦିନ ପୂର୍ବରୁ ଚୀନ ଭାରତୀୟଙ୍କ ଉପରେ ଲଗାଇଥିବା ଭିସା ପ୍ରତିବନ୍ଧକ ହଟାଇ ଦେଇଛି। ଚୀନ ଭିସା ପଲିସିରେ ପରିବର୍ତ୍ତନ ପରେ ସେଠାରେ କାମ କରୁଥିବା ଓ ପଢୁଥିବା ଭାରତୀୟଙ୍କୁ ଚୀନ ଭିସା ମିଳିବା ସହଜ ହୋଇଯାଇଛି। ଏହା ବ୍ୟତୀତ, ଯେଉଁ ଭାରତୀୟ ଛାତ୍ରଛାତ୍ରୀ ଚୀନ ବିଶ୍ବବିଦ୍ୟାଳୟରେ ନିଜ ପଢା ଶେଷ କରିବାକୁ ଇଛାୟୀ ସେମାନେ ଆବେଦନ କରିପାରନ୍ତି ବୋଲି କୁହାଯାଇଛି।  କିନ୍ତୁ ଏପର୍ଯ୍ୟନ୍ତ ଭାରତରୁ ଛାତ୍ରଛାତ୍ରୀ ଚୀନ ଯାଇନାହାନ୍ତି।

  • ଶିଳାସ୍ମିତା ରାୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button