ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର ଯୁବରାଜ ତଥା ପ୍ରଧାନମନ୍ତ୍ରୀଙ୍କ ସହିତ ଟେଲିଫୋନ୍ ବାର୍ତ୍ତାଳାପ କଲେ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ଯୁବରାଜ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲାଜିଜ୍ ଅଲ ସାଉଦଙ୍କ ସହ ଟେଲିଫୋନ୍ରେ ବାର୍ତ୍ତାଳାପ କରିଛନ୍ତି ।

ନେତାମାନେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ବହୁପକ୍ଷୀୟ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ।

ଏପ୍ରିଲ୍ ୨୦୨୩ ରେ ଜେଡା ରାସ୍ତା ଦେଇ ସୁଦାନରୁ ଭାରତୀୟ ନାଗରିକ ମାନଙ୍କୁ ସ୍ଥାନାନ୍ତର ସମୟରେ ସାଉଦି ଆରବର ଚମତ୍କାର ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ହଜ୍ ତୀର୍ଥ ଯାତ୍ରା ପାଇଁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଚାଲିଥିବା ଜି – ୨୦ ଅଧ୍ୟକ୍ଷତାର ଅଂଶ ଭାବରେ ଯୁବରାଜ ମହମ୍ମଦ ବିନ୍ ସଲମାନ ଭାରତର ପଦକ୍ଷେପ ଗୁଡିକ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଏବଂ ସେ ତାଙ୍କର ଭାରତ ଗସ୍ତକୁ ଅପେକ୍ଷା କରିଛନ୍ତି । ସମ୍ପର୍କରେ ରହିବାକୁ ଦୁଇ ନେତା ରାଜି ହୋଇଥିଲେ ।

Leave a Reply

Your email address will not be published. Required fields are marked *