ପିଓକେ ଶୀଘ୍ର ଆମ କବଜାକୁ ଆସିିବ,କହିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ, ପାକିସ୍ଥାନ ହୋଇ ଯିବ ଖଣ୍ଡ ବିଖଣ୍ଡିତ

Spread the love

କୋଲକତା : ଜାମ୍ମୁ କାଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା କହିଛନ୍ତି ପାକ ଅଧିକୃତ କାଶ୍ମୀର ଶୀଘ୍ର ଆମ କବଜାକୁ ଆସି ଯିବ । ଅତି ଶୀଘ ପାକିସ୍ଥାନ ଖଣ୍ଡ ବିଖଣ୍ଡିତ ହୋଇ ଯିବ । ଏହା ନିଶ୍ଚିତ ଯେ ପାକିସ୍ତାନ ନିଶ୍ଚିତ ଭାଙ୍ଗିବ । କେବଳ ସମୟକୁ ଅପେକ୍ଷା ।

ଭାରତୀୟ ଜନତା ପାର୍ଟିର ସାଂଗଠନିକ ବିସ୍ତାର କାର୍ଯ୍ୟରେ କୋଲକତା ଗସ୍ତରେ ପହଞ୍ଚିଛନ୍ତି ଗୁପ୍ତା । ସେ ହିନ୍ଦୁସ୍ଥାନ ସମାଚାର ସହିତ କଥା ହେବା ବେଳେ କହିଛନ୍ତି ବର୍ତମାନ ପାକିସ୍ଥାନରେ ଯେଉଁ ଦୁର୍ଦଶା ଚାଲିଛି ଏଥିରେ କାଶ୍ମୀରରେ ଶାନ୍ତି ସ୍ଥାପନ କରିବାକୁ ବହୁତ ସହେଯାଗ ମିଳିଛି ।

ସେ କହିଛନ୍ତି କିଛିଦିନ ପୂର୍ବରୁ ପାକିସ୍ଥାନର ବିଦେଶମନ୍ତ୍ରୀ ବିଳାବଲ ବୁଟ୍ଟୋ ପାକ ଅଧିକୃତ କାଶ୍ମିର ଯାଇଥିଲେ । ସେଠାରେ ସ୍ଥାନିୟ ଲୋକ ଗୋ ବ୍ୟାକ ନାରା ଲଗାଇ ଥିଲେ । ବର୍ତମାନ ପାକିସ୍ଥାନ ଦୁନିଆର ସବୁଠାରୁ ଅଧିକ ଅସ୍ଥିର ଦେଶ । ସିନ୍ଧ ଓ ବେଲୁଚିସ୍ଥାନ ସହୁ ଅଲଗା ହେବେ । ସେଠାରେ ସରକାର ଅଲଗା ଶାସନ ଚଳାଉଛନ୍ତି ଓ ଆଇ ଏସ ଆଇର ଅଲଗା ଶାସନ ଚାଲିଛି ।

Leave a Reply

Your email address will not be published. Required fields are marked *