ନାଗା ବିଦ୍ରୋହୀ କ୍ୟାମ୍ପ ଉପରେ ପୁଲିସ ଚଢାଉ

ଅଗରତାଲା: ଅରୁଣାଚଳ ପ୍ରଦେଶର ଭାରତ ମିୟାମାର ସୀମାବର୍ତ୍ତୀ ନାଗା ବିଦ୍ରୋହୀ କ୍ୟାମ୍ପ ଉପରେ ପୁଲିର ଚଢାଉରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ଚାଙ୍ଗଲାଙ୍ଗ ଜିଲ୍ଲାରେ ଥିବା ଇଷ୍ଟର୍ନ ନାଗା ନାସନାଲ ଗଭର୍ନମେଣ୍ଟ ନାମକ ନାଗା ବିଦ୍ରୋହୀଙ୍‌କ କମ୍ପା ଚାଲିଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଅରୁଣାଚଳ ପ୍ରଦେଶ ଏସଟିଏଫ ଓ ଚାଙ୍ଗଲାଙ୍ଗ ପୁଲିସ ଗୁରୁବାର ଏହି ଚଢାଉ କରିଥିଲା।

ପୁଲିସ କ୍ୟାମ୍ପ ନିକଟରେ ପହଞ୍ଚି କ୍ୟାମ୍ପ ଉପରେ ଆକ୍ରମଣ କରିବା ପରେ ସେଠାରେ ଥିବା ବିଦ୍ରୋହୀ କ୍ୟାମ୍ପରୁ ଖସି ପଳାଇଥିଲେ।  ପୁଲିସ କ୍ୟାମ୍ପରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି। ପୁଲିସ ଗୋଟିଏ ଗୋଟିଏ ୪୭ ରାଇଫଲ, ଗୋଟିଏ ଏମ୧୬ ରାଇଫଲ, ଗୋଟିଏ ହ୍ୟାଣ୍ଡ ଗ୍ରାନାଇଡ, ଏକେ ୪୭ର ୧୦୪ ରାଉଣ୍ଡ ଗୁଳି, ୫.୫ ଏମଏମର ୨୩ ରାଉଣ୍ଡ ଗୁଳି, ୪ ମାଗାଜିନ, ୫.୫୬ ଏମଏମର ୩ ମାଗାଜିନ, ଦୁଇଟି ଡବଲ ଆକ୍ସନ ଓନଲି, ଗୋଟିଏ ଡବ୍ଲୁଟି କମୁନିକେଶନ ସେଟ, ଚାର୍ଜର, ଗୋଟିଏ ପ୍ୟାନ କାର୍ଡ ଜବତ କରିଛି।

୨୦୧୭ରେ ଭାରତ ସେନା ଭାରତ ମିୟାମାର ସୀମାରେ ଥିବା ନାଗା ବିଦ୍ରୋହୀ କ୍ୟାମ୍ପ ଉପରେ ସର୍ଜିକାଲ ଷ୍ଟାଇକ କରିଥିଲା। ଏଥିରେ ୩୦ ବିଦ୍ରୋହୀଙ୍କ ମଅତ୍ୟୁ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *