ପୁଣି ଜନନୀ ଯନ୍ତ୍ରଣା

Spread the love

କଳାହାଣ୍ଡି: ସରକାରଙ୍କ ବିଭିନ୍ନ ଯୋଜନା ରହିଥିବା ସତ୍ତ୍ୱେ ମଧ୍ୟ ଆଜି ବି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବହୁ ସମସ୍ୟା ଘେରରେ ରହିଛନ୍ତି। ନିରବିଛନ୍ନ ସ୍ଥାନାକୁ ରାସ୍ତାଘାଟ ନଥିବା ଯୋଗୁଁ ଲୋକମାନେ ବହୁ ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ପୁଣି ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ୧୫କିଲୋ ମିଟର ଖଟିଆରେ ବୁହା ହେଲେ ଗର୍ଭବତୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପଙ୍ଗା ଗାଁର ଘଟଣା। ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ରାସ୍ତା ଘାଟର ସୁବିଧା ନଥିବାରୁ ନିଜ ଗାଁରୁ ଦୀର୍ଘ ୧୫ କିମିରୁ ଅଧିକ ଜଙ୍ଗଲି ରାସ୍ତା ଦେଇ ଖଟିଆରେ ବୁହା ହେଲେ ଗର୍ଭବତୀ। ମହିଳାଙ୍କୁ ଇନ୍ଦ୍ରାବତୀ ଜଳଭଣ୍ଡାର ବୋଟ ଆମ୍ୱୁଲାନ୍ସ ମଧ୍ୟମରେ ପଡ଼ୋଶୀ ନବରଙ୍ଗପୁର ଜିଲ୍ଳାର ତେନ୍ତୁଳଖୁଣ୍ଟି ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଛି। ଏଥିସହ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ସାହାଯ୍ୟ କରିଛନ୍ତି ସ୍ଥାନୀୟ ସମିତି ସଭ୍ୟ। ଅପରପଟେ ଦୁର୍ଗମ ଅଞ୍ଚଳର ଲୋକମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ରାସ୍ତାଘାଟର ସୁବିଧା କରିବା ପାଇଁ।

Leave a Reply

Your email address will not be published. Required fields are marked *