ଆନ୍ତର୍ଜାତିକ ଯୋଗ ଦିବସରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

Spread the love

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରାଷ୍ଟ୍ରପତି ଟ୍ୱିଟ କରି କହିଛନ୍ତି ଯେ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ଯୋଗ ଆମ ସଭ୍ୟତାର ମହାନ ଉପଲବ୍ଧି ମଧ୍ୟରେ ଅନ୍ୟତମ ଓ ଏହା ପୂରା ବିଶ୍ୱ ପାଇଁ ଭାରତର ଏକ ମହାନ ଭେଟି । ଯୋଗ, ଶରୀର ଓ ମନ ମଧ୍ୟରେ ସନ୍ତୁଳନ ସ୍ଥାପିତ କରିଥାଏ । ଯୋଗ ହେଉଛି ଜୀବନ ପ୍ରତି ସମଗ୍ର ଦୃଷ୍ଟିକୋଣ । ଯୋଗ ଆମ ଜୀବନରେ ବଢୁଥିବା ଆହ୍ୱାନକୁ ସାମନା କରିବାରେ ପାଇଁ ଆମକୁ ସକ୍ଷମ କରିଥାଏ । ଆଜି ମୁଁ ସମସ୍ତ ଲୋକ ମାନଙ୍କୁ ନିଜର ଦୈନିକ ଜୀବନରେ ଯୋଗକୁ ଆପଣାଇବା ଓ ଏହାର ବୈପ୍ଲବିକ ଶକ୍ତିକୁ ଅନୁଭବ କରିବାକୁ ଆଗ୍ରହ କରୁଛି ।

ଏହା ସହ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ଅଭ୍ୟାସ କରିଛନ୍ତି ।

Leave a Reply

Your email address will not be published. Required fields are marked *