ମରିସସର ରାଷ୍ଟ୍ରପତି ପୃଥିରାଜ ସିଂହ ରୂପନ ତାଙ୍କ ଧର୍ମପତ୍ନୀ ସହିତ ଦକ୍ଷିଣେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କଲେ

Spread the love

କଲିକତା : ତିନି ଦିନିଆ ଗସ୍ତରେ କଲିକତାରେ ପହଂଚିଛନ୍ତି ମରିସସର ରାଷ୍ଟ୍ରପତି ପୃଥିରାଜ ସିଂ ରୂପନ । ସେ ସୋମବାର ଦିନ ପ୍ରସିଦ୍ଧ ଦକ୍ଷିଣେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହିତ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟସଭା ସାଂସଦ ସପନ ଦାସଗୁପ୍ତ ଉପସ୍ଥିତ ଥିଲେ ।

ଧର୍ମପତ୍ନୀଙ୍କୁ ସାଂଗରେ ନେଇ ପୃଥିରାଜ ସିଂ ଦକ୍ଷିଣେଶ୍ୱର ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହିତ ସେଠାରେ ୪୫ ମିନିଟ୍ ସମୟ ବିତାଇଥିଲେ । ଦକ୍ଷିଣେଶ୍ୱର ମନ୍ଦିରର ଅଖି କୁଶଳ ଚୌଧୁରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ ।

ମା କାଳୀଙ୍କ ପୂଜାର୍ଚ୍ଚନା କରିବା ପରେ ପରିସର ମଧ୍ୟରେ ଥିବା ଭୋଲେ ବାବା ମନ୍ଦିରରେ ମଧ୍ୟ ସେ ଜଳାର୍ପଣ କରିଥିଲେ । ସେ ଗଂଗା ଘାଟକୁ ଯାଇଥିଲେ ଏବଂ ସେଠାକାର ବ୍ୟବସ୍ଥା ଦେଖିଥିଲେ । ଦକ୍ଷିଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ରାମକୃଷ୍ଣ ପରମହଂସଙ୍କ କୋଠରୀକୁ ଯାଇଥିଲେ ଏବଂ ରାଧାକୃଷ୍ଣ ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।

Leave a Reply

Your email address will not be published. Required fields are marked *