ହୁଳ ଦିବସ ଅବସରରେ ସିଦୋ- କାହ୍ନୋ ଓ ଅନ୍ୟ ଅମର ବଳିଦାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କଲେ ରାଷ୍ଟ୍ରପତି

Spread the love

ନୂଆଦିଲ୍ଲୀ : ହୁଳ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଦୋ- କାହ୍ନୋ ଓ ଅନ୍ୟ ଅମର ବଳିଦାନୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ ହୁଳ ଦିବସ ଅବସରରେ ସାନ୍ତାଳ ବିଦ୍ରୋହର ଅମର ବଳିଦାନୀ ସିଦୋ କାହ୍ନୁ, ଚାନ୍ଦ – ଭୈରବ ତଥା ଫୁଲୋ ଝାନୋ ସମେତ ସମସ୍ତ ବୀର ବୀରଙ୍ଗନା ମାନଙ୍କୁ ନମନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଜନଜାତୀୟ ସମାଜର ଅସ୍ମିତା, ସ୍ୱାଭିମାନ ଓ ସ୍ୱଶାସନକ ଉଦ୍ଦେଶ୍ୟରେ ସେମାନେ ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ କଡା ସଙ୍ଘର୍ଷ କରିଥିଲେ । ସେହି ସମସ୍ତ ଜନଜାତୀୟ ଭାଇ ଭଉଣୀ ମାନଙ୍କର ଶୌର୍ଯ୍ୟ ଗାଥା ଆଗାମୀ ପୀଢିକୁ ସବୁବେଳେ ମାତୃଭୂମିର ସେବା କରିବାକୁ ପ୍ରେରଣା ଦେଉଥିବ ।

Leave a Reply

Your email address will not be published. Required fields are marked *