ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗୋଲ୍ଡମ୍ୟାନ ସାକ୍ସର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି :

“@GoldmanSachsର ନିର୍ଦ୍ଦେଶକ ମଣ୍ଡଳୀ ଓ ପ୍ରମୁଖ ଅଧିକାରୀଙ୍କ ସହ ସଫଳ ଆଲୋଚନା ହେଲା । ନିକଟରେ ହୋଇଥିବା ସଂସ୍କାର ଓ ବାଣିଜ୍ୟ ଅନୁକୂଳ ବାତାବରଣ ଦ୍ୱାରା ପ୍ରେରିତ ଭାରତର ବିକାଶର ଅପାର ସମ୍ଭାବନାଗୁଡିକୁ ରେଖାଙ୍କିତ କଲି । ଏହାସହିତ ଆନ୍ତର୍ଜାତିକ କମ୍ପାନୀଗୁଡିକ ପାଇଁ ଭାରତ କିପରି ବହୁ ସୁଯୋଗ ପ୍ରଦାନ କରେ ସେ ସମ୍ପର୍କରେ ଆଲୋଚନା କଲି ।”

Leave a Reply

Your email address will not be published. Required fields are marked *