ଜୁନ ୩୦ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ଜୁନ୍, ୨୦୨୩ ପୂର୍ବାହ୍ନ ୧୧ଟା ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସୌଧର ବହୁମୁଖୀ ପ୍ରେକ୍ଷାଳୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର ଏବଂ ଫାକ୍ୟୁଲିଟି ଅଫ୍ ଟେକ୍ନୋଲୋଜି ତଥା ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ର୍ନିମିତ ହେବାକୁ ଥିବା ଏକାଡେମିକ୍ ବ୍ଲକର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୧ ମଇ ୧୯୨୨ ରେ ପ୍ରତିଷ୍ଠା ହୋଇଥିଲା । ଗତ ଶହେ ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ବହୁ ପରିମାଣରେ ସମ୍ପ୍ରସାରିତ ହୋଇଛି ଏବଂ ବର୍ତ୍ତମାନ ଏହାର ୮୬ ଟି ବିଭାଗ, ୯୦ ଟି କଲେଜ, ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଦେଶ ର୍ନିମାଣରେ ଏହା ବହୁତ ବଡ ଅବଦାନ ରଖିଛି ।

Leave a Reply

Your email address will not be published. Required fields are marked *