୨୦ ଜୁନ୍ ରୁ ଆମେରିକା ଏବଂ ମିଶର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଏବଂ ମିଶର ଗସ୍ତରେ ଯିବେ । ବିଦେଶ ମନ୍ତ୍ରାଳୟ ଅନୁସାରେ ଆମେରିକାର ରାଷ୍ଟ୍ରପତି ଜୋସେଫ ବାଇଡେନ ଏବଂ ପ୍ରଥମ ମହିଳା ଡା. ଜିଲ ବାଇଡେନଙ୍କ ନିମନ୍ତ୍ରଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଯାତ୍ରା କରିବେ । ଏହି ଯାତ୍ରା ନ୍ୟୁୟର୍କରୁ ଆରମ୍ଭ ହେବ । ଯେଉଁଠାରେ ପ୍ରଧାନମନ୍ତ୍ରୀ ଜୁନ୍ ୨୧ରେ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହର ନେତୃତ୍ଵ ନେବେ ।

ଏହାପରେ ଜୁନ୍ ୨୪ରୁ ୨୫ ତାରିଖ ପର୍ଯ୍ୟନ୍ତ ମୋଦୀ ମିଶର ଗସ୍ତରେ ରହିବେ । ଏହା ମୋଦୀଙ୍କ ପ୍ରଥମ ମିଶର ଗସ୍ତ ହେବ ।

Leave a Reply

Your email address will not be published. Required fields are marked *