ରକ୍ତଦାନ ଅମୃତ ମହୋତ୍ସବରେ ରକ୍ତଦାନ କରିଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Spread the love

ନୂଆଦିଲ୍ଲୀ : ବିଶ୍ୱ ରକ୍ତଦାନ ଦିବସ ଅବସରରେ ରକ୍ତଦାନ ଅଭିଯାନ ଏବଂ ରକ୍ତଦାତାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ‘ରକ୍ତ ଦିଅ, ପ୍ଲାଜମା ଦିଅ, ଜୀବନ ବାଣ୍ଟ, ବହୁ ସମୟରେ ବାଣ୍ଟ’ ବାର୍ତ୍ତାକୁ ବିସ୍ତାର କରି ବିଶ୍ୱ ରକ୍ତଦାନ ଦିବସ ସାରା ଦେଶରେ ବେଶ ଉତ୍ସାହର ସହ ପାଳନ କରାଯାଇଛି ।

ରକ୍ତଦାନ ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ବିଭିନ୍ନ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:

‘ମୁଁ ସମସ୍ତ ରକ୍ତଦାତାଙ୍କ ପ୍ରଶଂସା କରୁଛି । ସେମାନଙ୍କ ଦୟାଳୁ ମନୋଭାବପୂର୍ଣ୍ଣ କାର୍ଯ୍ୟ ଯୋଗୁ ଅଗଣିତ ଜୀବନ ବଞ୍ଚାଯାଇପାରିବ । ଏହା ଭାରତର ସେବା ତଥା କରୁଣାର ନୈତିକତାକୁ ମଧ୍ୟ ପ୍ରତିପାଦିତ କରେ ।’

Leave a Reply

Your email address will not be published. Required fields are marked *