ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ, ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

Spread the love

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵିଦିବସୀୟ ବାରଣାସୀ ଗସ୍ତ ନେଇ ପ୍ରଶାସନିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀଙ୍କ ଜନସଭା ଏବଂ କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ବ୍ୟବସ୍ଥା ଦାୟିତ୍ଵ ଏସପିଜି ଟିମ୍ ନେଇଛି । ବିମାନବନ୍ଦରରୁ ସହର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଯିବା ଆସିବା କରିବାକୁ ଥିବା ରାସ୍ତାରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଉଛି, ବରେକା ଖେଳ ପଡ଼ିଆରେ ତିନି ପକ୍କା ହେଲିପ୍ୟାଡ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଅଧିକାରୀ ମାନଙ୍କ ତତ୍ଵାବଧାନରେ ଶ୍ରମିକ ମାନେ କାର୍ଯ୍ୟ କରୁଛନ୍ତି ।

ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଜନସଭା ସ୍ଥଳ ବାଜିଦପୁରକୁ ଜିଲ୍ଲା ପ୍ରଶାସନ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରିଛି । ଡ୍ରୋନକୁ ମଧ୍ୟ ପ୍ରତିବନ୍ଧିତ କରାଯାଇଛି । ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯିବା ସତ୍ୱେ ଯଦି କେହି ସମ୍ପୃକ୍ତ ଅଞ୍ଚଳରେ ଡ୍ରୋନ୍ ଉଡାନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ପ୍ରଶାସନ ନିଷ୍ପତି ନେଇଛି ଯେ, ଏହି ଜନସଭା କାର୍ଯ୍ୟକ୍ରମରେ କୌଣସି ବୈଦ୍ୟୁତିକ ଗଣମାଧ୍ୟମର ଓବି ଭ୍ୟାନ୍ ଲଗାଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ସହରରେ ପ୍ରବେଶ କରିବା ସମୟରେ ସୁରକ୍ଷା ଦାୟୀତ୍ଵ ଏସପିଜି ଏଡିଜି ସମ୍ଭାଳିବେ । ସେହିପରି ବିମାନବନ୍ଦର, କାର୍ଯ୍ୟକ୍ରମ ସ୍ଥଳ, ଶ୍ରୀ କାଶୀ ବିଶ୍ଵନାଥ ଧାମ ନିମନ୍ତେ ଏସପିଜିର ଏଆଇଜି ର୍ୟାଙ୍କର ଜଣେ ଲେଖାଏଁ ଅଧିକାରୀ ଟିମ୍ ସହିତ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *