ପ୍ରକାଶ ପାଇଲା ମୁଖ୍ୟନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର: ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା। ୱେବସାଇଟ୍ରେ ୨୦୨୧ ବର୍ଷର ସମସ୍ତ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ସିଏମଓ ୱେବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବାର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା କେଉଁ ମନ୍ତ୍ରୀଙ୍କର କେତେ ସମ୍ପତ୍ତି ରହିଛି, ତାହା ପ୍ରକାଶ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୋଟ ସମ୍ପତ୍ତିର ପରିମାଣ ହେଉଛି ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କର ଦିଲ୍ଲୀ ଜନପଥ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ରହିଛି। ସେହିପରି ଭୁବନେଶ୍ବର ଷ୍ଟେଟ୍ ବ୍ୟାଙ୍କରେ ୨୧ ଲକ୍ଷ ୭୧ ହଜାର ଟଙ୍କା, ହିଞ୍ଜିଳିକାଟୁ ଷ୍ଟେଟ୍ ବ୍ୟାଙ୍କରେ ୭ ହଜାର ୭୪ ଟଙ୍କା ଓ ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସରେ ଥିବା ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟରେ ୧୪ ହଜାର ୪୮୮ ଟଙ୍କା ରହିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସମ୍ପତ୍ତି ତାଲିକାରେ ଆଗରେ ଅଛନ୍ତି।