ବକେୟା ଟଙ୍କାକୁ ନେଇ ଶ୍ରମିକଙ୍କ ବିକ୍ଷୋଭ

Spread the love

ଢେଙ୍କାନାଳ: ଢେଙ୍କାନାଳ ଜିରାଳଠାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ଼ର ସବଷ୍ଟେସନ ସାମ୍ନାରେ କର୍ମଚାରୀ ଓ ଶ୍ରମିକଙ୍କ ବକେୟା ଟଙ୍କାକୁ ନେଇ ବିକ୍ଷୋଭ । ୬୦ଟି ଠିକାସଂସ୍ଥାର ହଜାର ହଜାର କର୍ମଚାରୀ ଓ ଶ୍ରମିକଙ୍କର ପ୍ରାୟ କୋଟି କୋଟି ଟଙ୍କା ଫସି ରହିଥିବା ଅଭିଯୋଗ ହୋଇଛି । ଯାଜପୁରରୁ ତୁମୁସିଙ୍ଗା ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ କାର୍ଯ୍ୟକୁ  PLL କମ୍ପାନୀ ୧୦୪ କୋଟି ଟଙ୍କାର ପ୍ରୋଜେକ୍ଟ କାର୍ଯ୍ୟର ୱାର୍କ ଅର୍ଡର ପାଇଥିଲା । ଯାହା ଫଳରେ ୨୦୧୭-୧୮ ମସିହାରୁ PLL କମ୍ପାନୀ ପ୍ରାୟ ୨୦୫ ଗୋଟି ଛୋଟ ବଡ଼ ଠିକାସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରିଥିଲା । ଏଥିରେ ପ୍ରାୟ ହଜାର ହଜାର କର୍ମଚାରୀ ଓ ଶ୍ରମିକ କାର୍ଯ୍ୟ କରୁଥିଲେ । ଚଳିତ ବର୍ଷ ଯମୁନାକୋଟ ଗାଁ ସ୍ଥିତ ରାମିଆଳ ନଦୀର ଭୂତଳ ପାଇପ ଲାଇନ କାର୍ଯ୍ୟକୁ PPL କମ୍ପାନୀ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ କରିବା ବେଳେ ଗେଲ ଇଣ୍ଡିଆ କମ୍ପାନୀ ଚଂଚକତା କରି କମ୍ପାନୀକୁ କାର୍ଯ୍ୟରୁ ବଏକଟ କରିଥିଲା । ଫଳରେ ଗେଲ ଇଣ୍ଡିଆ ପାଇଁ କାର୍ଯ୍ୟ କରୁଥିବା ୨୦୫ ଗୋଟି ଠିକାସଂସ୍ଥାର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଏପରିକି ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କର କୋଟି କୋଟି ଟଙ୍କା ଫସି ରହିଥିଲା । ଯାହାକୁ ନେଇ ଶ୍ରମିକ ଓ କର୍ମଚାରୀ ମାନେ ଚଳିତ ବର୍ଷ ମେ ମାସରେ ଯାଜପୁର ଠାରେ ଗେଲ ଇଣ୍ଡିଆକୁ ବିରୋଧ କରି କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ। ଠିକାସଂସ୍ଥାର ମାଲିକ, ଶ୍ରମିକ ଓ କର୍ମଚାରୀ ମାନେ ଜିରାଳ ଗାଁ ସ୍ଥିତ ଗ୍ୟାସ ସବଷ୍ଟେସନରେ ତାଲା ପକେଇବା ସହ ଆନ୍ଦୋଳନ କରିଥିଲେ। ତୁରନ୍ତ ଗେଲ୍ ଇଣ୍ଡିଆ କମ୍ପାନୀ ଠିକାସଂସ୍ଥାର ବକେୟା ଅର୍ଥ ପ୍ରଦାନ ନକଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ଠିକାସଂସ୍ଥାର ମାଲିକ ଓ ଶ୍ରମିକ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *