RUBEN BANARJEE BOOK VS POLITICS…PKG

 ରୁବେନ ବାନାର୍ଜୀଙ୍କ ‘ନବୀନ ପଟ୍ଟନାୟକ_ଦ ଅଥରେଟିଭ ବାୟୋଗ୍ରାଫି ରିଭାଇଜଡ ଆଫ୍ଟର 2024 ଇଲେକ୍ସନ କୁ ନେଇ ଚର୍ଚ୍ଚା। ଯେଉଁ ପୁସ୍ତକରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଭି.କେ ପାଣ୍ଡିଆନଙ୍କ ଭୂମିକା ସଂପର୍କରେ ଆଲୋକପାତ କରାଯାଇଛି। ସେ ଏଥିରେ ଲେଖିଛନ୍ତି ଯେ, ୨୦୧୮ ପରେ ପାଣ୍ଡିଆନଙ୍କ ପ୍ରଭାବ ଅଧିକ ବଢିଥିଲା। ସରକାରକୁ ନିଜ ଅକ୍ତିଆରକୁ ନେଇଥିଲେ ପାଣ୍ଡିଆନ। ପରେ ୨୦୧୯ରେ ବିଜେଡି ଇଲେକ୍ସନ ରୁମ ପାଣ୍ଡିଆନ ହିଁ ମ୍ୟାନେଜ କରୁଥିଲେ। ଆଉ ୨୦୨୪ରେ ତ ନିଜେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ହେଲେ ମିସ ମ୍ୟାନେଜମେଣ୍ଟ ପାଇଁ ବିଜେଡି ପରାଜୟ ବରଣ କରିଲା। ପାଣ୍ଡିଆନଙ୍କୁ ଦଳ ଭିତରୁ ବହୁ ନେତା ବିରୋଧ କରୁଥିଲେ। ଆଉ ଇଣ୍ଟଲିଜେଣ୍ଟ ଫୁଲ ବୋଲି କହୁଥିବା ରୁବେନ ନିଜ ପୁସ୍ତକରେ ଲେଖିଛନ୍ତି।

ସେପଟେ ରୁବେନ ବାନାର୍ଜୀ ନବୀନ ବାବୁଙ୍କୁ ଓ ବିଜେଡ଼ିକୁ  ଭଲ ଭାବେ ଜାଣିଛନ୍ତି ବୋଲି କହିଛନ୍ତି ବିଜେପି ନେତା ତଥା ପୂର୍ବତନ ବିଜେଡି ବିଧାୟକ ସମୀର ଦାଶ।  ପାଣ୍ଡିଆନଙ୍କ କୋଟେରୀ ବାବଦରେ ଯାହା ସେ ଲେଖିଛନ୍ତି ସେଥିରେ କୌଣସି ସନ୍ଦେହ ବା ଦ୍ୱିମତ ନାହିଁ। ଭୁଲ ନଥିବା ସତ୍ତ୍ୱେ କୋଟେରୀ ଗ୍ରୁପ୍ ପାଇଁ ତାଙ୍କର ମନ୍ତ୍ରୀ ପଦ ଯାଇଥିବା କହିଛନ୍ତି ସମୀର। ଏମିତିକି ଟିକେଟ ବି କଟିଗଲା। ଅଫିସରଙ୍କ ଦ୍ଵାରା ପରିଚାଳିତ ହେଉଥିଲା କୋଟେରୀ ଗ୍ରୁପ୍।  ପାଣ୍ଡିଆନ୍ ଙ୍କ ପ୍ରତି ନବୀନ ବାବୁ ଙ୍କ ସମର୍ଥନ ବି ରହିଥିଲା। କୋଟେରୀ ଗ୍ରୁପ୍ ହିଁ ବିଜେଡ଼ି ବିପର୍ଯ୍ୟୟର ବଡ କାରଣ ବୋଲି ସମୀର ଦାଶ କହିଛନ୍ତି।  ଅନ୍ୟପଟେ ବିଜେଡି ପରାଜୟ ପଛରେ ପାଣ୍ଡିଆନ କାରଣ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ରୁବେନ ବାନାର୍ଜୀ ଜଣେ ଅତି ପ୍ରତିଷ୍ଠିତ, ଅନୁଭବୀ, ଅଭିଜ୍ଞ ସାମ୍ବାଦିକ, ସମାଲୋଚକ। ତାଙ୍କ ବହିରେ ସେ ଯେଉଁ ସବୁ ତଥ୍ୟ ଦେଇଛନ୍ତି ସେ ଅନେକ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥିବେ ବୋଲି ପ୍ରସନ୍ନ କହିଛନ୍ତି।  ଓଡ଼ିଶାରେ ଦୀର୍ଘ ଦିନ ଧରି ସାମ୍ବାଦିକତା କରିଛନ୍ତି ରୁବେନ। ବିଜେଡି ଆରମ୍ଭରୁ ଦଳକୁ ଏବଂ ସଂଗଠନକୁ ଅତି ପାଖରୁ ସେ ନିରୀକ୍ଷଣ କରିଛନ୍ତି। ତେଣୁ ସେ ସୁଚିନ୍ତିତ ମତ ଦେଇଥିବେ।  ପରାଜୟ ନେଇ ଦଳ ଭିତରେ ପର୍ଯ୍ୟାଲୋଚନା ଚାଲିଛି।  ରୁବେନ ଯେଉଁ ବହି ଲେଖିଛନ୍ତି ସେଥିରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତାଙ୍କ ପାଖରେ ଯେତିକି ତଥ୍ୟ ଅଛି ତାକୁ ସେ ରଚନା କରିଛନ୍ତି ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ବିଜେଡିର ୨୪ ବର୍ଷ ସରକାରର ପତନ ପରେ ଏହା ଉପରେ ଆଧାରିତ ଏହି ପୁସ୍ତକ ଲେଖିଛନ୍ତି ବରିଷ୍ଠ ସାମ୍ୱାଦିକ ତଥା ଆଉଟଲୁକ ପତ୍ରିକାର ପୂର୍ବତନ ସଂପାଦକ ରୁବେନ ବାନାର୍ଜୀ। ଭୁବନେଶ୍ୱରରୁ କ୍ୟାମେରାପର୍ସନ ମାନସ ବରାଳଙ୍କ ସହ ନମିତା ପଟ୍ଟନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *