ସିକନ୍ଦରାବାଦ୍ – ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଭୟରେ ଟ୍ରେନ୍ ରୁ ଓହ୍ଲାଇଗଲେ ଯାତ୍ରୀ

Spread the love

ଗଞ୍ଜାମ : ସିକନ୍ଦରାବାଦ୍-ଅଗରତାଲା ଏକ୍ସପ୍ରେସରେ ଧୂଆଁ । ସଟ୍ ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି । ବଗିରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବା ପରେ ଭୟରେ ଜୀବନ ବିକଳରେ ଟ୍ରେନ୍ ରୁ ତଳକୁ ଓହ୍ଲାଇ ପଡିଥିଲେ ଯାତ୍ରୀ । ତେବେ ଏହି ସମୟରେ ଏକ୍ସପ୍ରେସ ଟ୍ରେନ୍ ଟି ବ୍ରହ୍ମପୁର ଷ୍ଟେସନରେ ଅଟକି ଥିବାରୁ ଯାତ୍ରୀ ମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ।

ଆଜି ଦିନ ପ୍ରାୟ ୧୨ଟା ୪୦ ମିନିଟ୍ ସମୟରେ ସିକନ୍ଦରାବାଦ୍ -ଅଗରତାଲା ଏକ୍ସପ୍ରେସ ଆସି ବ୍ରହ୍ମପୁର ଷ୍ଟେସନ ୧ ନମ୍ବର ପ୍ଲାଟଫର୍ମରେ ରହଣି କରିଥିଲା । ଏହି ସମୟରେ ବଗି ନମ୍ବର ବି-୫ ରୁ ଖୁବ୍ ଜୋରରେ ଧୂଆଁ ବାହାରୁଥିବା ଯାତ୍ରୀ ମାନେ ଦେଖିବାକୁ ପାଇଥିଲେ । ଭୟରେ ଯାତ୍ରୀ ମାନେ ଟ୍ରେନରୁ ତଳକୁ ଓହ୍ଲାଇ ପଡିବା ସହ ଟିଟିଇଙ୍କୁ ଏ ବିଷୟରେ ଜଣାଇଥିଲେ । ଖବର ପାଇ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଇଲେକ୍ଟ୍ରିସିଆନ ମାନେ ସେହି ବଗିକୁ ଯାଇ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଧୂଆଁ ବାହାରୁଥିବା ଜାଣିବାକୁ ପାଇଥିଲେ । ଟ୍ରେନ୍ ଟିକୁ ବ୍ରହ୍ମପୁର ରେଳଷ୍ଟେସନରେ ୧୫ରୁ ୨୦ ମିନିଟ୍ ରଖାଯାଇ କୋଚ୍ ନମ୍ବର ବି-୫ରେ ରହିଥିବା ବିଦ୍ୟୁତ୍ କଂଟ୍ରୋଲ ୟୁନିଟ୍ ନିକଟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରାଯାଇଥିଲା । ପରେ ସର୍ଟସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ଗତ ୨ ତାରିଖ ସଂନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାର ବାହାନଗା ନିକଟରେ ଦୁଇଟି ଏକ୍ସପ୍ରେସ ଟ୍ରେନ୍ ଓ ଗୋଟିଏ ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରେରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *