ନୂଆଦିଲ୍ଲୀ : ଛତ୍ରପତି ଶିବାଜୀ ମହାରାଜଙ୍କର ରାଜତିଳକ ହେବାର 350 ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଶିବାଜୀ ମହାରାଜ ଦେଶବାସୀଙ୍କ ମଧ୍ୟରେ ଦାସତ୍ୱର ମାନସିକତାକୁ ସମାପ୍ତ କରିଥିଲେ । ଶିବାଜୀ ମହାରାଜ ସବୁବେଳେ ଦେଶର ଏକତା ଓ ଅଖଣ୍ଡତାକୁ ସର୍ବୋପରି ରଖିଥିଲେ । ଆଜି ଏକ ଭାରତ ଶ୍ରେଷ୍ଠ ଭାରତର ଭିଜନରେ ଶିବାଜୀ ମହାରାଜଙ୍କ ବିଚାରର ହିଁ ପ୍ରତିବିମ୍ବକୁ ଦେଖା ଯାଇ ପାରେ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟଭିଷେକ ଦିବସ ନୂଆ ଚେତନା, ନୂଆ ଉର୍ଜା ନେଇ ଆସିଛି । ଶିବାଜୀଙ୍କ ରାଜ୍ୟାଭିଷେକ ସେହି କାଳଖଣ୍ଡର ଏକ ଅଦଭୁତ ଓ ବିଶିଷ୍ଟ ଅଧ୍ୟାୟ ଅଟେ । ରାଷ୍ଟ୍ର କଲ୍ୟାଣ ଓ ଲୋକ କଲ୍ୟାଣ ତାଙ୍କର ଶାସନ ବ୍ୟବସ୍ଥାର ମୂଳ ତତ୍ୱ ରହିଥିଲା । ଆଜି ଛତ୍ରପତି ଶିବାଜୀ ମହାରାଜଙ୍କ ଚରଣରେ କୋଟି କୋଟି ପ୍ରଣାମ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ସମୟରେ ଦେଶର ପରିସ୍ଥିତି ସମ୍ପର୍କରେ କଳ୍ପନା କରାଯାଇ ପାରେ । ଶହ ଶହ ବର୍ଷର ଗୋଲାମୀ ଓ ଆକ୍ରମଣ କାରଣରୁ ଦେଶବାସୀ ଆତ୍ମବିଶ୍ୱାସ ହରାଇଥିଲେ । ଆକ୍ରମଣକାରୀ ମାନଙ୍କ ଶୋଷଣ ଓ ଦାରିଦ୍ର୍ୟ ସମାଜକୁ ଦୁର୍ବଳ କରି ଦେଇଥିଲା ।
ଆମର ସାଂସ୍କୃତିକ କେନ୍ର୍ମ ଉପରେ ଆକ୍ରମଣ କରି ଲୋକ ମାନଙ୍କର ମନୋବଳକୁ ଭାଙ୍ଗିବା ପାଇଁ ଚେଷ୍ଟା କରାଯାଇଥିଲା । ସେହି ସମୟରେ ଲୋକ ମାନଙ୍କର ମଧ୍ୟରେ ଆତ୍ମବିଶ୍ୱାସ ତିଆରି କରିବା ଏକ କଠିନ କାର୍ଯ୍ୟ ଥିଲା । କିନ୍ତୁ ଛତ୍ରପତି ଶିବାଜୀ ମହାରାଜ କେବଳ ଯେ ଆକ୍ରମଣକାରୀ ମାନଙ୍କର ମୁକାବିଲା ହିଁ କରି ନ ଥିଲେ ବରଂ ଜନମାନସ ମଧ୍ୟରେ ଏହି ବିଶ୍ୱାସ ଉତ୍ପନ୍ନ କରାଇଥିଲେ ଯେ ନିଜର ଶାସନ ସ୍ଥାପିତ କରିବା ସମ୍ଭବ । ଶିବାଜୀ ମହାରାଜ ଗୋଲାମୀର ମାନସିକତାକୁ ଶେଷ କରି ଲୋକ ମାନଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରେରିତ କରିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଇତିହାସରେ ଏପରି ଅନେକ ଶାସକ ହୋଇଛନ୍ତି ଯେଉଁ ମାନେ ନିଜର ସୈନ୍ୟ ଶକ୍ତି ପାଇଁ ପରିଚିତ ହେଲେ ସେମାନଙ୍କର ପ୍ରଶାସନିକ କ୍ଷମତା ଦୁର୍ବଳ ଥିଲା । ଏପରି ଶାସକ ମଧ୍ୟ ହୋଇଛନ୍ତି ଯେଉଁ ମାନେ ନିଜର ଶ୍ରେଷ୍ଠ ଶାସନ ବ୍ୟବସ୍ଥା ପାଇଁ ପରିଚିତ ହେଲେ ସେମାନଙ୍କର ନେତୃତ୍ୱ ଦୁର୍ବଳ ଥିଲା । ହେଲେ ଛତ୍ରପତି ଶିବାଜୀ ମହାରାଜଙ୍କ ବ୍ୟକ୍ତିତ୍ୱ ଅଦଭୁତ ଥିଲା । ସେ ସ୍ୱରାଜର ସ୍ଥାପନା କରିଥିଲେ ଓ ସୁରାଜକୁ ମଧ୍ୟ ସାକାର କରିଥିଲେ । ସେ ତାଙ୍କର ବୀରତ୍ୱ ଓ ଶୌର୍ଯ୍ୟ ପାଇଁ ପରିଚିତ ଓ ସୁଶାସନ ପାଇଁ ମଧ୍ୟ ପରିଚିତ । ଖୁବ କମ ବୟସରେ ସେ ଦୁର୍ଗ ଗୁଡିକୁ ଜିତି ଶତ୍ରୁ ମାନଙ୍କୁ ପରାଜିତ ରକି ନିଜର ସୈନ୍ୟ ନେତୃତ୍ୱର ପରିଚୟ ଦେଇଥିଲେ । ଅନ୍ୟ ପକ୍ଷରେ ରାଜା ଭାବେ ସେ ଲୋକ ପ୍ରଶାସନରେ ସଂସ୍କାରକୁ ଲାଗୁ କରି ନିଜର ସୁଶାସନର ପରିଚୟ ମଧ୍ୟ ଦେଇଥିଲେ ।
ଶିବାଜୀଙ୍କ ଶାସନ ପ୍ରଣାଳୀ ଓ ନୀତି ଗୁଡିକୁ ଆଜି ମଧ୍ୟ ପ୍ରାସଙ୍ଗିକ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସାମରିକ କ୍ଷମତାର ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିବାଜୀ ଭାରତର ସାମର୍ୟ୍ଙକୁ ଚିହ୍ନି ଯେଉଁ ଭଳି ଭାବେ ନୌସେନାର ବିସ୍ତାର କରିଥିଲେ, ତାହା ଆଜି ମଧ୍ୟ ଆମକୁ ପ୍ରେରଣା ପ୍ରଦାନ କରେ । ଛତ୍ରପତି ଶିବାଜୀ ମହାରାଜଙ୍କ ଠାରୁ ପ୍ରେରଣା ନେଇ ଗତ ବର୍ଷ ଭାରତ ଗୋଲାମୀର ଏକ ଚିହ୍ନରୁ ଭାରତୀୟ ନୌସେନାକୁ ମୁକ୍ତି ଦେଇଛି । ଇଂରାଜୀ ଶାସନର ଚିହ୍ନକୁ ହଟାଇ ଶିବାଜୀ ମହାରାଜଙ୍କ ପ୍ରତୀକକୁ ସ୍ଥାନ ଦିଆଯାଇଛି । ଏହା ଆମ ପାଇଁ ଏକ ସୌଭାଗ୍ୟ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now