ଫେମିନା ମିସ୍‌ ଇଣ୍ଡିଆର ମୁକୁଟ ପିନ୍ଧିଲେ କର୍ଣ୍ଣାଟକ ସୁନ୍ଦରୀ ସିନି ସେଟ୍ଟି

Spread the love

ଦେଶକୁ ତାର ଚଳିତ ବର୍ଷ ମିସ୍ ଇଣ୍ଡିଆ ମିଳିଯାଇଛି। ଫେମିନା ମିସ୍‌ ଇଣ୍ଡିଆର ମୁକୁଟ ପିନ୍ଧିଲେ କର୍ଣ୍ଣାଟକ ସୁନ୍ଦରୀ ସିନି ସେଟ୍ଟି। ତେବେ ୩୧ ଫାଇନାଲିଷ୍ଟମାନଙ୍କୁ ପଛରେ ପକାଇ ସେ ଏହି ମୁକୁଟ ପିନ୍ଧିଛନ୍ତି। ଏହା ସହ ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ ଅପ୍ ହୋଇଛନ୍ତି। ଏହ ସହ ଉତ୍ତରପ୍ରଦେଶର ଶିନାତ ଚୌହନଙ୍କୁ ଦ୍ୱିତୀୟ ରନର୍ ଅପ୍ ଘୋଷିତ କରାଯାଇଛି।ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ଏହି ମିସ୍ ଇଣ୍ଡିଆ ପ୍ରତିଯୋଗିତା ଅତ୍ୟନ୍ତ କଠିନ ଓ ମଜାଦାର ଥିଲା। ପ୍ରତିଯୋଗିତା ଏତେ କଷ୍ଟ ସାଧ୍ୟ ଥିଲା ଯେ, ୬ଟି ବିଚାପତି ଏକ ପ୍ୟାନଲରେ ରହି ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଜେତା ବାଛିଥିଲେ। ଏଥର ବିଚାରପତିଙ୍କ ପ୍ୟାନଲରେ ମଲ୍ଲାଇକା ଅରୋରା, ନେହା ଧୁପିଆ, ଡିନୋ ମୋରିୟ, ରାହୁଲ ଖାନ୍ନା, ରୋହିତ ଗାନ୍ଧୀ ଓ ଶାମକ ଡାବର ସାମିଲ ହୋଇଥିଲା। ଏମାନଙ୍କ ବ୍ୟତୀତ ବଲିଉଡର ଅନେକ ସେଲିବ୍ରେଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କ୍ରିତି ସାନନଙ୍କ ଠାରୁ ଆରମ୍ଭ କରି ଅନେକ ଅଭିନେତ୍ରୀ ମଧ୍ୟ ରେଡ୍ କାର୍ପେଟରେ ନିଜର ଆକର୍ଷଣ ବିସ୍ତାର କରିଥିଲେ। ନେହା ଧୁପିଙ୍କ ପାଇଁ ଏହି ସୁଯୋଗ ଅତ୍ୟନ୍ତ ଖାସ ହୋଇଥିଲା କାରଣ ସେ ମିସ୍ ଇଣ୍ଡିଆ ମୁକୁଟ ଜିତିବାର ପୁରା ୨୦ ବର୍ଷ ହୋଇଛି। ତେବେ ତାଙ୍କର ଏହି ସଫଳାତାକୁ କାର୍ଯ୍ୟକ୍ରମରେ ମଧ୍ୟ ପାଳନ କରାଯାଇଛି। ଜୁଲାଇ ୩ରେ ମୁମ୍ୱାଇର ଜିଓ ୱାର୍ଲଡ କନଭେନଶନ ସେଣ୍ଟରରେ ଫେମସ ମିସ୍‌ ଇଣ୍ଡିଆ ୨୦୨୨ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବଡ ଧରଣର ଆୟୋଜିତ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗମାନେ ସେମାନଙ୍କର ସୌନ୍ଦର୍ଯ୍ୟ ସହିତ ସେମାନଙ୍କର ଉପସ୍ଥିତ ପ୍ରତିକ୍ରିୟା ଶୈଳୀ ସହିତ ଲୋକଙ୍କ ହୃଦୟ ଜିତିଥିଲେ।

କିନ୍ତୁ ଏହି ଦୌଡରେ ଆଗରେ ରହିଥିଲେ ସିନି ଶେଟ୍ଟୀ। ଯିଏକି ଚଳିତ ବର୍ଷର ମିସ୍ ଇଣ୍ଡିଆ ଘୋଷିତ ହୋଇଛନ୍ତି। ଏହି ଗ୍ରାଣ୍ଡ ଇଭେଣ୍ଟରେ ବଲିଉଡ୍ ସେଲିବ୍ରେଟି କ୍ରିତି ସାନନ୍ , ମଲାଇକା ଆରୋରା, ନେହା ଧୁପିଆ, ମିନଷ ପଲ୍, ରାଜକୁମାର ରାଓ ପ୍ରମୁଖ ସାମିଲ ହୋଇଥିଲେ । ଏହି ଶୋ ଆଙ୍କରିଂ କରିଥିଲେ ଜଣାଶୁଣା ଆଙ୍କର ମନୀଷ ପଲ୍ । ୨୧ ବର୍ଷୀୟ ସନ୍ନୀ ଙ୍କୁ ମୁକୁଟ ପିନ୍ଧାଇଥିଲେ ପୁର୍ବତନ ମିସ୍ ଇଣ୍ଡିଆ ମନୀସା ବାରଣାସି । ସିନି ସେଟ୍ଟୀଙ୍କ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ସେ ଚାର୍ଟାର୍ଡ ଫାଇନାନ୍ସିଆଲ ଆନାଲିଷ୍ଚ ର କୋର୍ସ କରୁଛନ୍ତି। ତାଙ୍କୁ ଡ୍ୟାନ୍ସ କରିବା ପାଇଁ ମଧ୍ୟ ବହୁତ ଭଲ ଲାଗେ ଏବଂ ସେ ଭାରତନାଟ୍ୟମ୍ ମଧ୍ୟ ଶିଖୁଛନ୍ତି।

  • ଶୁଭଲକ୍ଷ୍ମୀ ସାହୁ ଏବଂ ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *