ଅପରାଧ

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ହରିଚନ୍ଦନପୁର : ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ଏମିତି ଏକ ଜଘନ୍ୟ ଘଟଣାକୁ ନେଇ ହରିଚନ୍ଦନପୁର ଥାନା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅର୍ନ୍ତଗତ ସିଂହବିଲା ମୂଷଳନଦୀ ନିକଟସ୍ଥ ବାଇପାସ୍ ରାସ୍ତାର ଏକ ପାର୍ଶ୍ୱରେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଚାଷ କାର୍ଯ୍ୟ ପାଇଁ ଗ୍ରାମବାସୀ ଯାଉଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ । ସେମାନେ ଘଟଣା ସମ୍ପର୍କରେ ହରିଚନ୍ଦନପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀଙ୍କ ପରିଚୟ ମିଳିନଥିବା ମୃତ ଯୁବତୀ ଜଣଙ୍କର ବେକରେ ଓଢ଼ଣୀ ଚିପା ହୋଇଥିବା ବେଳେ ଶରୀର କ୍ଷତ ବିକ୍ଷତ ଥିବା ସହ ଅର୍ଦ୍ଧ ଉଲ୍ଲଗ୍ନ ଅବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହେଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯେହେତୁ ଉକ୍ତ ରାସ୍ତାଟି ନରଣପୁର ଠାରୁ ବ୍ରାହ୍ମଣୀପାଳ ହୋଇଥିବାରୁ କେହି ଦୁର୍ବୁତ ଦୁଷ୍କର୍ମ ପରେ ହତ୍ୟା କରି ଏଠାରେ ପକାଇ ଚାଲିଯାଇଛନ୍ତି । ଯୁବତୀଙ୍କ ବୟସ ପ୍ରାୟ ୧୫ରୁ ୧୭ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି । ହରିଚନ୍ଦନପୁର ପୋଲିସ ଶବଟିକୁ ଉଦ୍ଧାର କରି ଥାନା କେସ ନମ୍ବର ୧୦୦/୨୩ ରେ ଧାରା ୩୦୨ ଓ ୨୦୧ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ଘଟଗାଁ ଏସଡିପିଓ ଆଲୋକ ଜେନା, ହରିଚନ୍ଦନପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲ୍ଲା ଓ ସାଇଣ୍ଟିଫିକ୍ ଟିମର ତଦନ୍ତ ଜୋର୍ ଦାର ସହ ମୃତ ଯୁବତୀଙ୍କ ପରିଚୟ ମିଳିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ଆଲୋଚନା ହେଉଛି ।

Related Articles

Leave a Reply

Your email address will not be published.

Back to top button