ସେବା ନିୟନ୍ତ୍ରଣ ମାମଲାର ଶୁଣାଣି କରିବ ୫ ଜଣିଆ ଖଣ୍ଡପୀଠ
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନବି ରମଣା ମାଗଣା ବଣ୍ଟନ ମାମଲାକୁ ନେଇ କହିଛନ୍ତି କି, ଦେଶର ରାଜଧାନୀରେ ସେବା ନିୟନ୍ତ୍ରଣକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରର ବିଧି ବ୍ୟବସ୍ଥା ତଥା କାର୍ଯ୍ୟକାରୀ କ୍ଷମତା ଦାୟରା ସମ୍ବନ୍ଧିତ ଆଇନଗତ ମୁଦା ଉପରେ ଶୁଣାଣି କରିବାକୁ ଏକ ଜଣିଆ ଖଣ୍ଡପୀଠର ଗଠନ କରିଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବ।
ଅନ୍ୟମାନଙ୍କ ମଧ୍ୟରେ ଜଣେ ଓକିଲ ଜଷ୍ଟିସ ରମଣ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ସିଟି ରବିକୁମାରଙ୍କ ସମ୍ମୁଖରେ ମାମଲା ଉପସ୍ଥାପିତ କରିଥିଲେ। ତେବେ ମେ ୬ ତାରିଖରେ ସୁପ୍ରିମ କୋର୍ଟ ଦିଲ୍ଲୀରେ ମାଗଣା ସେବାକୁ ନେଇ ଦାୟର ମାମଲାର ଶୁଣାଣି ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଥିଲେ।
ସିଜେଆଇ ସେତେବେଳେ କହିଥିଲେ, ସମ୍ବିଧାନର ପ୍ରାବଧାନସବୁ ଓ ସମ୍ବିଧାନର ଅନଛେଦ ୨୩୯ ଏଏ (ଯାହା ଦିଲ୍ଲୀର କ୍ଷମତା ସମ୍ବନ୍ଧିତ)ର ଅଧୀନ ଓ ସମ୍ବିଧାନ ପୀଠର ନିଷ୍ପତ୍ତି ଉପରେ ବିଚାର କରିବା ପରେ ଏହା ପ୍ରତିତ ହୋଇଛି କି, ଏହି ଖଣ୍ଡପୀଠ ନିକଟରେ ଏକ ଲମ୍ବିତ ମୁଦ୍ଦାକୁ ଛାଡି ସବୁ ମୁଦାର ପୂର୍ଣ୍ଣ ସମାଧାନ କରାଯାଇଛି। ତେଣୁ ଯେଉଁ ମାମଲାର ଶୁଣାଣି ସରିଛି ତାର ପୁନଃ ବିଚାରର ଆବଶ୍ୟକତା ରହିଛି।
ମାମଲାକୁ ନେଇ ସମ୍ବିଧାନର ଅନୁଚ୍ଛେଦ ୨୩୯ଏଏର ଉଲ୍ଲେଖ କରି ଖଣ୍ଡପୀଠ ଏହା ଉପରେ ବିଶେଷ ଟିପ୍ପଣୀ ଦେଇନାହାନ୍ତି। ତେଣୁ ସମ୍ବିଧାନ ପୀଠ ଦ୍ବାରା ଏହି ମାମଲାରେ ଏକ ଅଧିକାରିକ ନିଷ୍ପତ୍ତି ପାଇଁ ଉପରୋକ୍ତ ମାମଲାକୁ ସେଠାକୁ ପଠାଇବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ।
ମାମଲାରେ କେନ୍ଦ୍ର ସରକାର ସେବା ନିୟନ୍ତ୍ରଣ ଓ ସଂଶୋଧିକ ଜିଏନସିଟିଡି ଅଧିନିୟମ ୨୦୨୧ର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ସରକାରର ଦୁଇଟି ଅଲଗା ଯାଚିକାର ଯୁଗ୍ମ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। ଏହି ଯାଚିକା ୨୦୧୯ ଫେବୃଆରୀ ୧୪ର ଖଣ୍ଡିତ ନିଷ୍ପତ୍ତିକୁ ଧ୍ୟାନରେ ରଖି ଦାୟର କରାଯାଇଛି, ଯେଉଁଥିରେ ଜଷ୍ଟିସ ଏ କେ ସିକରୀ ଓ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଭାରତର ତତ୍କାଳୀନ ପ୍ରଧାନ ବିଚାରପତିଙ୍କୁ ତାଙ୍କ ବିଭାଜିତ ନିଷ୍ପତ୍ତି ଦୃଷ୍ଟିରୁ ଦିଲ୍ଲୀରେ ସେବା ନିୟନ୍ତ୍ରଣ ମୁଦ୍ଦା ଉପରେ ଅନ୍ତିମ ନିଷ୍ପତ୍ତି ନେବାକୁ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠର ଗଠନର ସୁପାରିଶ କରାଯାଇଥିଲା। ଜଷ୍ଟିସ ଭୂଷଣ ସେତେବେଳେ କହିଥବଲେ କି, ଦିଲ୍ଲୀ ସରକାର ନିକଟରେ ପ୍ରଶାସନିକ ସେବା ସବୁ ଉପରେ କୌଣସି ଅଧିକାର ନାହିଁ। କିନ୍ତୁ ଜଷ୍ଟିସ ସିକରୀଙ୍କ ରାୟ ଭିନ୍ନ ଥିଲା।