ମାଲକାନଗିରି : ଉତ୍କଳର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଦେବଙ୍କ ୫୦ତମ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଏକ୍ସ ବୋର୍ଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ଓ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ସହଯୋଗରେ ଏହା ପାଳନ କରାଯାଇଅଛି । ଉତ୍ସବରେ ଉତ୍କଳ ସମ୍ମିଳନୀର ସଭାପତି ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ମୁଖ୍ୟଅତିଥି, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ଵର ମହାପାତ୍ର ମୁଖ୍ୟବକ୍ତା, ଉପନିର୍ଦ୍ଦେଶକ ଜିଲ୍ଲା ଯୋଜନା ଓ ସମନ୍ବୟ ଗୋଲକ ଚନ୍ଦ୍ର ଦଳାଇ, ଅଧ୍ୟକ୍ଷ ପଲିଟେକନିକ୍ ଇଞ୍ଜିନିୟର ଜ୍ଞାନେନ୍ଦ୍ର ରଞ୍ଜନ ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟଅତିଥି ତଥା ନିମନ୍ତ୍ରିତ ଅତିଥିଗଣ ବିଦ୍ୟାଳୟ ପରିସରରେ ଥିବା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଦେବଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀ, ଗୋପବନ୍ଧୁ ଓ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଧୂପ ଦୀପ ପ୍ରଜ୍ଵଳନ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ବାଘଙ୍କ ଦ୍ଵାରା ବନ୍ଦେ ଉତ୍କଳଜନନୀ ସଂଗୀତ ଗାନ କରାଯିବା ପରେ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିଗଣ ଉତ୍କଳ ପ୍ରଦେଶ ଗଠନ ନବ ଉତ୍କଳର ଗଠନରେ ମହାରାଜଙ୍କର ଅବଦାନ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ, ସମବେତ ଜନତା, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜିବୀଙ୍କୁ ଅବଗତ କରାଇଥିଲେ। ପରିଶେଷରେ ବିଦ୍ୟାଳୟର ଶିକ୍ଷକ ସମୀର କାନ୍ତ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ରବୀନ୍ଦ୍ର କୁମାର ମହାରଣା ଓ ସମ୍ପାଦକ ଅଧ୍ୟାପକ ପ୍ରମିୟ କୁମାର ମହାନ୍ତି, ଏବିଇଓ ଗୌରାଙ୍ଗ ସଜ୍ଜନ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ମହାପାତ୍ର, ଜୀବନକୁମାର ମହାନ୍ତି, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଉପସଭାପତି ରଞ୍ଜିତ କୁମାର ନାୟକ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ତାରକ ମଣ୍ଡଳ, ଶିକ୍ଷକ କବୀରମୋହନ ବେହେରା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଦସ୍ୟ ଭାଗିରଥି ରେଡ୍ଡୀ, ବରିଷ୍ଠ ସାମ୍ବାଦିକ ରତ୍ନାକର ଦାସ, ଜ୍ଞାନଚାନ୍ଦ ଜଗନ୍ନାଥ, ଗୋପୀକୃଷ୍ଣ ପଟ୍ଟନାୟକ, ଆଶୋକ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now