୧୦ ମାସର ଶିଶୁକନ୍ୟାକୁ ନିଯୁକ୍ତି

Spread the love

ଚାକିରି ଏମିତି ବି ମିଳେ । ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ । ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ୧୦ ମାସର ଶିଶୁକନ୍ୟା ରାଧିକାକୁ ନିଯୁକ୍ତି ଦେଇଛି ରାୟପୁର ରେଳ ବିଭାଗ । ଏଥିପାଇଁ ରାଧିକା ଆଙ୍ଗୁଠି ଚିହ୍ନ ନିଆଯାଇଛି । ରାଧିକାର ବାପା ମା ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ରାଧିକାର ଭବିଷ୍ୟତ ସୁରକ୍ଷିତ କରିବାକୁ ରିହାବିଲିଟେସନ ସ୍କିମରେ ଏହି ନିଯୁକ୍ତି ଦିଆଯାଇଛି । ଶିଶୁଟିର ବାପା ରାଜେନ୍ଦ୍ର ଯାଦବ ଭିଲାଇରେ ରେଳବାଇରେ ପିପି ୟାର୍ଡରେ କାର୍ଯ୍ୟ କରୁଥିଲେ । ସେଠାରେ ପତ୍ନୀ ଏବଂ ଝିଅ ସହ ରେଳବାଇ କ୍ବାର୍ଟରରେ ରହୁଥିଲେ । ସେ ମନ୍ଦିର ସୌଦ ଇଲାକାର ବାସିନ୍ଦା । ତେବେ ସେ ଜୁନ୍ ୧ ତାରିଖ ଦିନ ମଟରସାଇକେଲ ଯୋଗେ ପତ୍ନୀ ମଞ୍ଜୁଲତାଙ୍କ ସହ ଗାଁ ରୁ ଭିଲାଇ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ହିଁ ରାଜେନ୍ଦ୍ର କୁମାର ଓ ପତ୍ନୀ ମଞ୍ଜୁଲତା ଯାଦବଙ୍କର ମୃତ୍ୟୁ ହୋଇଥିଲା । ଭଗବାନଙ୍କ କୃପାରୁ ଅଳ୍ପକେ ବର୍ତ୍ତିଗଲା ଛୁଆଟିର ଜୀବନ। ସେଥିପାଇଁ କଥାରେ ଅଛି ରଖେ ହରି ତ ମାରେ କିଏ । ସବୁଠାରୁ ଗୁରତ୍ବପୂର୍ଣ୍ଣ କଥା ହେଲା ରେଳ ବିଭାଗ ଘଟଣାକୁ ଗୁରୁତ୍ବ ସହ ନେଇ ରେଳ ମନ୍ତ୍ରୀ ସହ ଯୋଗାଯୋଗ କଲା ପରେ ରାଧିକାଙ୍କୁ ସହାୟାତାର ହାତ ବଢାଇଥିଲା । ୧୦ ମାସର ରାଧିକାର ଥଇଥାନ ପାଇଁ ପୁନଃବସିତ ଯୋଜନାରେ ଚାକିର ଦେବାକୁ ଗତ ଜୁଲାଇ ୪ ରେ ନିଷ୍ପତ୍ତି ନିଆଯାଇଛି । ରେଳୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ ତାରିଖରେ ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା । ଏଥିପାଇଁ କୁନୀ ଝିଅର ଟିପ ଚହ୍ନ ନିଆଯାଇଥିଲା । ନିୟମ ମୁତାବକ ରାଧିକାକୁ ୧୮ ବର୍ଷ ହେଲେ ସେ ରେଳ ବିଭାଗରେ ଚାକିର କରିପାରିବେ ।୧୮ ବର୍ଷ ଯାଏଁ ତାଙ୍କର ଲାଳନ ପାଳ ପାଇଁ ତାଙ୍କ ଆକାଉଣ୍ଟକୁ ପେନସନ ମିଳିବ । ସ୍ବତନ୍ତ୍ର ଶିଶୁ ବିକାଶ ସଂସ୍ଥା ଏବଂ ତାଙ୍କ ସମ୍ପର୍କୀୟ ଶିଶୁ ର ଲାଳନପାଳନ କରିବେ । ରେଳ ବିଭାଗର ଏଭଳି ପଦକ୍ଷେପ ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *