ଅବିଭାଗିକୃତ

ନେତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୋଇଛନ୍ତି ଅଶୋକ ପଣ୍ଡା। ରୋହିତ ପୂଜାରୀଙ୍କୁ ବଲାଙ୍ଗିର, ଅନନ୍ତ ଦାସଙ୍କୁ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ, ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ମହିଧର ରଣାଙ୍କୁ ବୌଦ୍ଧ, ପ୍ରମୋଦ ମଲ୍ଲିକଙ୍କୁ କଟକ, ଜଗନ୍ନାଥ ସାରକାଙ୍କୁ ଗଜପତି, ପ୍ରଦୀପ ଅମାତଙ୍କୁ ସୁବର୍ଣ୍ଣପୁର, ପ୍ରତାପ ଦେବଙ୍କୁ ସମ୍ୱଲପୁର, ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡା, ନିରଞ୍ଜନ ପୂଜାରୀଙ୍କୁ ପୁରୀ ଦାୟିତ୍ୱ ଦିଆଯାଇଛି। ସେହିପରି ଟୁକୁନି ସାହୁଙ୍କୁ ନୂଆପଡା, ମନୋହର ରାନ୍ଧାରୀଙ୍କୁ ନବରଙ୍ଗପୁର, ଅଶ୍ୱିନୀ ପାତ୍ରଙ୍କୁ ମୟୂରଭଞ୍ଜ, ପ୍ରଫୁଲ୍ଲ ମଲିକଙ୍କୁ ଗଞ୍ଜାମ, ପ୍ରମିଳା ମଲ୍ଲିକଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି।  ଏହାସହ ସମୀର ଦାସଙ୍କୁ ଯାଜପୁର, ପ୍ରିତିରଞ୍ଜନ ଘଡେଇଙ୍କୁ ଝାରସୁଗୁଡା, ନବ ଦାସଙ୍କୁ କଳାହାଣ୍ଡି, ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ ଦାୟିତ୍ୱ ମିଳିଛି।

Related Articles

Leave a Reply

Your email address will not be published.

Back to top button