ବିଶ୍ୱର ସର୍ବ ବୃହତ ସହରୀ ସ୍ୱଚ୍ଛତା ସର୍ବେକ୍ଷଣର ଅଷ୍ଟମ ସଂସ୍କରଣ ଆରମ୍ଭ

Spread the love

ନୂଆଦିଲ୍ଲୀ : ବିଶ୍ୱର ସର୍ବ ବୃହତ୍ ସହରୀ ସ୍ୱଚ୍ଛତା ସର୍ଭେ, ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ – ମେରା ସହର, ମେରୀ ପେହଚାନ୍ ର ଅଷ୍ଟମ ସଂସ୍କରଣ ପାଇଁ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି । ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓଏଚ୍ୟୁଏ) ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ (ଏସ୍ଏସ୍) ପାଇଁ କ୍ଷେତ୍ରୀୟ ମୂଲ୍ୟାଙ୍କନ ଆରମ୍ଭ କରିଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ଅଧୀନରେ ପ୍ରାୟ ୩୦୦୦ ମୂଲ୍ୟାଙ୍କନକାରୀ ୧ ଜୁଲାଇ ୨୦୨୩ ରୁ ମୂଲ୍ୟାଙ୍କନ ପାଇଁ କ୍ଷେତ୍ର ଗ୍ରହଣ କରିବେ । ମୂଲ୍ୟାଙ୍କନକାରୀମାନେ ୪୬ ଟି ସୂଚକ ଆଧାରରେ ୪୫୦୦ ସହରର ପ୍ରଦର୍ଶନ ଅଧ୍ୟୟନ କରିବେ ଏବଂ ଏହା ଏକ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି । ୨୪ ମଇ, ୨୦୨୨ ରେ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ବର୍ଜ୍ୟ ବସ୍ତୁକୁ ସମ୍ପଦରେ ପରିବର୍ତ୍ତନ କରିବା ଏବଂ ବର୍ଜ୍ୟ ବସ୍ତୁର ପ୍ରକ୍ରିୟାକରଣ ଏବଂ ବୈଜ୍ଞାନିକ ପରିଚାଳନା ଦିଗରେ ପ୍ରସ୍ତୁତି କରିବାରେ ଶ୍ରେଷ୍ଠତ୍ୱ ଅର୍ଜନ କରିଛି ।

ମୂଳତଃ ଏକ ପ୍ରତିଯୋଗିତାମୂଳକ ନିରୀକ୍ଷଣକାରୀ ଉପକରଣ ଭାବରେ ପରିକଳ୍ପିତ ସ୍ୱଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମ ପରିମଳ ଉଦ୍ଦେଶ୍ୟରେ ସହର ଗୁଡ଼ିକୁ ଦ୍ରୁତ ପରିମଳ ଏବଂ ବର୍ଜ୍ୟ ବସ୍ତୁ ପରିଚାଳନା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ୨୦୧୬ ରେ ଏମ୍ଓଏଚ୍ୟୁଏ ଅଧୀନରେ ଆରମ୍ଭ ହୋଇଥିଲା । ସହରାଞ୍ଚଳର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ସେଗୁଡ଼ିକର ନାଗରିକ ମାନଙ୍କ ପାଇଁ ସର୍ବୋତ୍ତମ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ନିମନ୍ତେ ସ୍ୱଚ୍ଛ ସର୍ବେକ୍ଷଣ ଏକ ପ୍ରତିଯୋଗିତାମୂଳକ ସୁସ୍ଥ ଭାବନା ସହିତ ସହର ଗୁଡିକୁ ଆକର୍ଷିତ କରିଛି । ଚଳିତ ବର୍ଷର ମୂଲ୍ୟାଙ୍କନ ସମୟରେ ଏହା ୧୦ କୋଟି ନାଗରିକଙ୍କ ସହ ଜଡିତ ହେବ ବୋଲି ଆଶା କରାଯାଉଛି, ଯାହା ଏହାକୁ ନିର୍ବିବାଦରେ ବିଶ୍ୱର ସର୍ବ ବୃହତ୍ ବାର୍ଷିକ ସହରୀ ସ୍ୱଚ୍ଛତା ସର୍ବେକ୍ଷଣରେ ପରିଣତ କରିବ । ଚାରୋଟି ତ୍ରୈମାସିକ ଅବଧିରେ ପରିଚାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ତିନି ତ୍ରୈମାସିକ ମୂଲ୍ୟାଙ୍କନ ସଫଳତାର ସହିତ ସମାପ୍ତ ହୋଇ ସାରିଛି ।

Leave a Reply

Your email address will not be published. Required fields are marked *