ରେଳ ଦୁର୍ଘଟଣାରେ ପୀଡିତ ଲୋକଙ୍କୁ ତୃଣମୁଳ କଂଗ୍ରେସ ଦେଲା ଦୁଇ ଦୁଇ ହଜାର ଟଙ୍କିଆ ନୋଟ , ଉଠିଲା ପ୍ରଶ୍ନ

Spread the love

କୋଲକତା : ଓଡିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହନଗା ଠାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ରେଳ ଦୁର୍ଘଟଣାରେ ମୃତ୍ୟ ବରଣ କରିଥିବା ଓ ଆହତ ହୋଇଥିବା ପଶ୍ଚିମ ବଙ୍ଗ ଲୋକଙ୍କୁ ରାଜ୍ୟର କ୍ଷମତାସୀନ ଦଳ ଦୁଇ ଲକ୍ଷ ଲେଖାଁଏ କରି ଆର୍ଥିକ ସହାୟତା ପ୍ରଦାନ କରିଛି । ଯେଉଁ ଲୋକ ମାନଙ୍କୁ ସହାୟତା ଟଙ୍କା ଦିଆଯାଇଛି ସେମାନଙ୍କୁ ଦୁଇ ହଜାର ଟଙ୍କିଆ ନୋଟ ଦିଆଯାଇଛି ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ରାଜ୍ୟର ଭାଜପା ଅଧ୍ୟକ୍ଷ ସୁକାନ୍ତ ମଜୁମଦାର ମଙ୍ଗଳବାର ଦିନ ଏହାର ଭିଡିଓ ଟ୍ୱିଟରରେ ଅପଲୋଡ କରିଛନ୍ତି । ଏଥିରେ ଦେଖା ଯାଉଛି ଯେ ସମସ୍ତ ପୀଡିତ ମାନଙ୍କ ଦୁଇ ହଜାର ଟଙ୍କିଆ ନୋଟ ଅଛି । ଟ୍ୱିଟ୍ ସହିତ ସୁକାନ୍ତ ମଜୁମଦାର ଲେଖିଛନ୍ତି ମମତା ବାନାର୍ଜୀଙ୍କ ନିର୍ଦେଶରେ ରାଜ୍ୟର ଜଣେ ମନ୍ତ୍ରୀ ତୃଣମୁଳ ପାର୍ଟିର ଅନ୍ୟ ଜଣେ ପୀଡିତ ପରିବାରକୁ ୨ ଲକ୍ଷର ଆର୍ଥିକ ସହାୟତା ଦେଇଛନ୍ତି । ସେ କହିଛନ୍ତି ମୁଁ ଏହି ସହାୟତାରେ ଏକମତ କିନ୍ତୁ ଏହି ପରିପେଖିରେ ପ୍ରଶ୍ନ ମଧ୍ୟ ରଖୁଛି ଯେ ଏହି ଯେଉଁ ସହାୟତା ଦିଆଯାଇଛି ତାହା କେବଳ ୨୦୦୦ ଟଙ୍କିଆ ନୋଟ କାହିଁକି । ଏହାର ଉତ୍ସ କଣ । ସେ ଆହୁରି ମଧ୍ୟ କହିିଛନ୍ତି ଯେ ବର୍ତମାନ ବ୍ୟାଙ୍କ ଜରିଆରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା କାର୍ଯ୍ୟକ୍ରମ ଚାଲୁଛି । ତେଣୁ ଏହା ଜଣା ପଡୁଛି ଏହି ଟଙ୍କା ବ୍ୟାଙ୍କରୁ ଉଠାଯାଇନାହିଁ । ତେଣୁ ଏହା ବାରି ହୋଇପଡୁଛି ଯେ ତୃଣମୁଳ କଂଗ୍ରେସ କଳା ଟଙ୍କାକୁ ଧଳା କରିବାକୁ ରାସ୍ତା ଖୋଜୁଛି । ଏହି ଭଳି ଅସମୟରେ ଉକ୍ତ କେବଳ ଦୁଇ ହଜାର ଟଙ୍କିଆ ନୋଟ ସହାୟତା ପୀଡିତା ମାନଙ୍କ ପରିବାର ଲୋକଙ୍କ କଷ୍ଟ ବଢାଇ ଦେଇଛି ।

Leave a Reply

Your email address will not be published. Required fields are marked *