ଗୁରୁ ନାଁରେ କଳଙ୍କ…

ମହିଳା ସାଇକେଲ ଚାଳକଙ୍କୁ ନିର୍ଯାତନା ଅଭିଯୋଗ। ଜଣେ ବରିଷ୍ଠ ଭାରତୀୟ ମହିଳା ସାଇକେଲ ଚାଳକଙ୍କୁ ନିଜ କୋଚ ଅଶାଳିନ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ସ୍ଲୋଭେନିଆର ଏକ କ୍ୟାମ୍ପରେ ଜାତୀୟ ସ୍ପ୍ରିଣ୍ଟ ଦଳର ମୁଖ୍ୟ ପ୍ରଶିକ୍ଷକ ଆର କେ ଶର୍ମା ତାଙ୍କୁ ଦୁବ୍ୟବହାର କରିଥିବା ଘଟଣା ପଦାକୁ ଆସିବା ପରେ ଏବେ ଜାତୀୟ ମାନବାଧିକାର କମିଶନ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି । ଏହି ଘଟଣାରେ କ୍ରୀଡା ମନ୍ତ୍ରାଳୟକୁ ନେନାଟିସ ଜାରି କରିଛନ୍ତି ଜାତୀୟ ମାନବାଧିକ କମିଶନ ।

ଭାରତୀୟ ମହିଳା ଖେଳାଳୀଙ୍କୁ ଅସଦାଚରଣ । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ସ୍ଲୋଭେନିଆର ଏକ କ୍ୟାମ୍ପରେ। ପିଡିତା ଜଣକ ଭାରତୀୟ ମହିଳା ଟିମରେ ଖେଳାଳୀ ରହିଛନ୍ତି । ଅଭିଯୋଗ ଅନୁଯାୟୀ , ଶିଏକି ୧୮-୨୨ ବର୍ଷ ମଧ୍ୟରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏସୀୟା ଚାମ୍ପିୟନସିପ ପାଇଁ ସ୍ଲୋଭିଆନର ଏକ କ୍ୟାମ୍ପରେ ତାଲିମ ନେଉଥିଲେ । ଏହି ସମୟରେ ଜାତୀୟ ସ୍ପ୍ରିଣ୍ଟ ଦଳର ମୁଖ୍ୟ ପ୍ରଶିକ୍ଷକ ଆର କେ ଶର୍ମା ତାଙ୍କୁ ଅସଦ ବ୍ୟବହାର କରିବା ସହ ଟଣା ଓଟରା କରିବାର ଅଭିଯୋଗ ହୋଇଛି ।

ଏନେଇ ସମ୍ପୃକ୍ତ ପିଡିତା ଜଣକ ଭାରତୀୟ କ୍ରୀଡା କର୍ତ୍ତୁପକ୍ଷକୁ ଇମେଲରେ ନିଜ ଅଭିଯୋଗ ଦାଖଲ କରିଛନ୍ତି । ଖେଳକୁ ନିଜ କ୍ୟାରିୟର ଭାବେ ଗଢିବାର ସ୍ୱପ୍ନ ଦେଖିବା ପିଡିତାଙ୍କୁ ବାରମ୍ୱାର ଅସଦାଚରଣ କରିଥିଲେ। ଏପରି କି ତାଙ୍କୁ ସହଯୋଗ ନକେଲେ ପଡିତାଙ୍କ କ୍ୟାରିୟରକୁ ଧ୍ୱଂସ କରିବାକୁ ଧମକ ଦେଇଥିଲେ। ଏବଂ ତାଙ୍କୁ ମାନସୀକ ନିର୍ଯାତନ ଦେଉଥବା କଥା ଉଲ୍ଲେଖ କରିଛନ୍ତି। ଏବଂ ସେ ଖେଳରେ ଫୋକସ୍ କରିପାରୁନଥିବା ମଧ୍ୟ କହିଛନ୍ତି।ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଶୁକ୍ରବାର ଦିନ ଜତୀୟ ମାନବ ଅଧିକାର ଆୟୋଗ ଏହି ଘଟଣାର ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏଥିସହିତ କ୍ରୀଡା ମନ୍ତ୍ରଣାଳୟର ଭାରତୀୟ କ୍ରୀଡା କର୍ତ୍ତୁପକ୍ଷ ନୋଟିସ ଜାରି କରିଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ। ଏହି ମାମଲାରେ ସବିଶେଷ ରିପୋର୍ଟ ତଲବ କରିଛନ୍ତି ଆୟୋଗ ।

ସେପଟେ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଭାରତୀୟ କ୍ରୀଡା କର୍ତ୍ତୁପକ୍ଷ ଏବଂ ସାଇକେଲ ଫେଡେରେସନ୍ ଅଫ୍ ଇଣ୍ଡିଆ । ମାମଲାର ତଦନ୍ତ କରିବା ଲାଗି ଦୁଇ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । ପ୍ରାଥମିକ ତଦନ୍ତରୁ ପଡିତାଙ୍କୁ ଅଭିଯୋଗରେ ସତ୍ୟାସତ୍ୟ ରହିଥିବା ଜଣାପଡିଛି । ଆଉ ପ୍ରଥମିକ ତଦନ୍ତକୁ ଭିତ୍ତି କରି ମୁଖ୍ୟ ପ୍ରଶିକ୍ଷକ ଆର.କେ. ଶର୍ମାଙ୍କ କଣ୍ଟ୍ରାକ୍ଟକୁ ରଦ୍ଦ କରିଛି କ୍ରୀଡା କର୍ତ୍ତୁପକ୍ଷ ।କ୍ରୀଡା, କଳା, ଏବଂ ସଂସ୍କୃତି କ୍ଷେତ୍ରରେ ଯୁବ ପିଢୀଙ୍କୁ ଆକୃଷ୍ଟ କରାଇବା ଲାଗି କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ବିଶେଷ କରି ମହିଳା ଖେଳଳୀଙ୍କୁ ପ୍ରତ୍ସାହନ ଦେବା ଲାଗି ଅଧିକ ଗୁରୁତ୍ୱ ଦିଆଯାଉଛି । ହେଲେ ଅନେକ ସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଅସଦାଚରଣ ଏବେ ବିଧି ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି .
- ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ