ପ୍ରଧାନମନ୍ତ୍ରୀ ଜୁଲାଇ ୮ରେ ବିକାନେରରେ ୨୪୩୦୦ କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର କରିବେ ଉଦଘାଟନ

Spread the love

ଜୟପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮ ରେ ବିକାନେରରେ ରାଜସ୍ଥାନ ପାଇଁ ୨୪୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ପ୍ରାୟ ୪ ସମୟରେ ବିକାନେରରେ ପହଞ୍ଚିବେ । ସେ ଏଠାରେ ଅମୃତସର-ଜାମନଗର ଆର୍ଥିକ ୬ ଲେନ ବିଶିଷ୍ଟ ଗ୍ରୀନଫିଲ୍ଟ ଏକ୍ସପ୍ରେସୱେ ର ଉଦଘାଟନ କରିବେ । ପ୍ରାୟ ୧୧୧୨୫ କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହି ଏକ୍ସପ୍ରେସୱେ ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ ଏବଂ ପ୍ରମୁଖ ସହର ଏବଂ ଶିଳ୍ପ କରିଡର ମଧ୍ୟରେ ପରିବହନ ସଂଯୋଗକୁ ଉନ୍ନତ କରିବ । ଏକ୍ସପ୍ରେସୱେ କେବଳ ସାମଗ୍ରୀର ନିରବଚ୍ଛିନ୍ନ ପରିବହନକୁ ସହଜ କରିବ ନାହିଁ, ବରଂ ପର୍ଯ୍ୟଟନ ଏବଂ ଅର୍ଥିକ ବିକାଶରେ ମଧ୍ୟ ସହାୟକ ହେବ ।

Leave a Reply

Your email address will not be published. Required fields are marked *