ଅବିଭାଗିକୃତ
କେମିକାଲ ଫ୍ୟାକ୍ଟ୍ରି ନିର୍ମାଣକୁ ବିରୋଧ

କଟକ: ଏକ କେମିକାଲ ଫ୍ୟାକ୍ଟ୍ରି ନିର୍ମାଣକୁ ବିରୋଧ। ବାଙ୍କୀ ଥାନା ଅନ୍ତର୍ଗତ ଵାଆଁରା ପଞ୍ଚାୟତର ନୁଆସାହି ନିକଟରେ ଅଭାବନୀୟ ଘଟଣା ଘଟିଛି। କେମିକାଲ ଫ୍ୟାକ୍ଟ୍ରି ନିର୍ମାଣକୁ ଘୋର ବିରୋଧ କରିଛନ୍ତି ଵାଆଁରା, ମୁଣ୍ଡଳୀ ଓ ଭଗିପୁର ପଂଚାୟତବାସୀ। ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନାକୁ କାବୁ କରିବା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। କ୍ୟାମିକାଲ ଫ୍ୟାକ୍ଟ୍ରି ନିର୍ମାଣ ହେବା ଦ୍ୱାରା ବାଙ୍କୀ ଆଖପାଖ ଅଞ୍ଚଳର ଗୁଡିକରେ ଜଳ, ବାୟୁ ଦୂଷିତ ହେବ ସହ ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ଫ୍ୟାକ୍ଟ୍ରି ନିର୍ମାଣ କାର୍ଯ୍ୟକୁ କଡା ବିରୋଧ କରିଛନ୍ତି।