ଜାତୀୟ

ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇବେ । ଏହା ହେଉଛି ପ୍ରଥମ ଥର ଯାହା ୫ଟି ବନ୍ଦେ ଭାରତ ଟ୍ରେନ ସଞ୍ଚାଳନ ଗୋଟିଏ ଦିନରେ ଆରମ୍ଭ ହେବ ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ସୋମବାର ଦିନ କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ଜୁନରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ସକାଳେ ପାଖାପାଖବ ୧୦.୩୦ ସମୟରେ ରାନୀ କମଳାପତି ରେଲୱେ ଷ୍ଟେସନରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ପାଂଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ । ପାଞ୍ଚ ବନ୍ଦେ ଭାରତ ଟ୍ରେନ ମଧ୍ୟରେ ରାନୀ କମଳାପତି-ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ, ଖଜୁରାହୋ-ଭୋପାଳ-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ମଡ଼ଗାଓଁ(ଗୋଆ)-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ, ଧାରବାଡ଼-ବେଙ୍ଗାଲୁର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ହାତିଆ-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ସାମିଲ ରହିଛି ।

Related Articles

Leave a Reply

Your email address will not be published.

Back to top button