ରାକ୍ଷୀରେ ଭାଇକୁ ଅଭିଶାପ

Spread the love

ଭାଇ-ଭଉଣୀର ପବିତ୍ର ସମ୍ପର୍କ ରକ୍ଷା ବନ୍ଧନ। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘ ଜୀବନ କାମନା କରିଥାଏ। ଭାଇ ଏହାର ପ୍ରତିବଦଳରେ ଭଉଣୀକୁ ଜୀବନସାରା ରକ୍ଷା କରିବାକୁ ପ୍ରତିଜ୍ଞା କରିଥାଏ। ଭାଇ ଓ ଭଉଣୀଙ୍କ ପ୍ରେମ ପାଇଁ ଉତ୍ସର୍ଗୀକୃତ ଏହି ପର୍ବ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ହେଲେ ଆମ ଦେଶରେ ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ରକ୍ଷା ବନ୍ଧନରେ ଏକ ଅଦ୍ଭୁତ ପରମ୍ପରା ପାଳନ କରାଯାଏ। ଏଠାରେ ଭଉଣୀ ଭାଇକୁ ପ୍ରତିବର୍ଷ ମରିବା ପାଇଁ ଅଭିଶାପ ଦେଇଥାଏ।

ହଁ ଆମେ କହୁଛୁ ଛତିଶଗଡ ଯଶପୁର ଜିଲ୍ଲାର ଏକ ସମ୍ପ୍ରଦାୟର କଥା। ଏଠାରେ ଏକ ଭିନ୍ନ ପରମ୍ପରା ପାଳନ ହେଉଥିବା ଦେଖାବାକୁ ମିଳିଛି । ରାକ୍ଷୀ ପରେ ଭାଇ ଦୁଜରେ ଭଉଣୀମାନେ ନିଜ ଭାଇମାନଙ୍କୁ ଗାଳିଗୁଲଜ ଦେବା ସହ ଦୁର୍ବ୍ୟବହାର କରି ସେମାନଙ୍କ ବିଷୟରେ ଖରାପ କଥା କହିଥାନ୍ତି। ଏମିତିକି ସେମାନଙ୍କୁ ମୃତ୍ୟୁ ପାଇଁ ଅଭିଶାପ ମଧ୍ୟ ଦେଇଥାନ୍ତି।  ଏହାପରେ ନିଜର କାର୍ଯ୍ୟରେ ଅନୁତପ୍ତ ହୋଇ ପ୍ରାୟଶ୍ଚିତ ପାଇଁ ନିଷ୍ପତ୍ତି ନିଅନ୍ତି ଓ ନିଜକୁ ବିଭିନ୍ନ ଭାବେ କଷ୍ଟ ଦେଇଥାନ୍ତି। ଭାଇର ଅନିଷ୍ଠ କାମନା କରିଥିବାରୁ, ଭାଇ ପାଇଁ ଅପଶବ୍ଦ ଉଚ୍ଚାରଣ କରିଥିବାରୁ, ଭାଇକୁ  ଅଭିଶାପ ଦେଇଥିବାରୁ ଭଉଣୀମାନେ ନିଜ ଜିଭକୁ କଣ୍ଟାରେ ଫୋଡିଥାନ୍ତି, ଫଳରେ ସେମାନଙ୍କ ମୁହଁରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ। ଏହାପରେ ଭାଇକୁ ଚିତା ଲଗେଇ ବିଭିନ୍ନ ଭାବେ ସଜକରିଥାନ୍ତି ଓ ବିଭିନ୍ନ ଉପହାର ଦେଇ ଭାଇକୁ ଖୁସି କରିବା ସହ ଭାଇର ଦୀର୍ଘ ଜୀବନ ଆଶୀର୍ବାଦ ଦେଇଥାନ୍ତି। ତେବେ ଏପରି ଭାଇର ଅନିଷ୍ଠ ଚିନ୍ତା କରିବା ଓ ପରେ ଭାଇର ଶୁଭ ମନାସିବା ପଛରେ ଏକ ପୌରାଣିକ ବିଶ୍ୱାସ ରହିଛି। ଥରେ ଯମରାଜ ଜଣେ ବ୍ୟକ୍ତିଙ୍କ ଜୀବନ ନେବାକୁ ପୃଥିବୀକୁ ଆସିଥିଲେ। ଭଉଣୀ ଜଣଙ୍କ ସେତେବେଳେ ଭାଇକୁ ବିଭିନ୍ନଭାବେ ଗାଳିଗୁଲଜ କରିବା ସହ ଅଭିଶାପ ଦେଇଥିଲା। ଏହା ଦେଖି ଯମରାଜ ସେଠାରୁ ଫେରିଯାଇଥିଲେ। କିନ୍ତୁ ପରେ ଭଉଣୀ ନିଜ ଉଗ୍ର ଓ ଅନିଷ୍ଠକାରୀ ବ୍ୟବହାରରେ ଲଜ୍ଜିତ ହେବା ସହ ନିଜକୁ କଷ୍ଟ ଦେଇଥିଲେ। ଭାଇର ଅନିଷ୍ଠ ଉଚ୍ଚାରଣ କରିଥିବାରୁ ନିଜ ଜିଭକୁ କଷ୍ଟକୁ କାଟିଦେଇଥିଲେ। ସେହି ସେବେଠାରୁ ଏଠାରେ ଉଭଣୀମାନେ ପ୍ରଥମେ ଭାଇକୁ ଅଭିଶାପ ଦେବା ସହ  ପରେ ପ୍ରାୟଶ୍ଚିତ କରିବା ପାଇଁ  ଭାଇକୁ ଆଶୀର୍ବାଦ ଦେବା ପରମ୍ପରା ଅନୁସରଣ କରିଆସୁଛନ୍ତି।

ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *