ଅବୁ ସାଲେମ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ

Spread the love

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅବୁ ସାଲେମ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଗୁରୁତ୍ୱ ପୂର୍ଣ୍ଣ ରାୟ । ପର୍ତ୍ତୁଗାଲ ସହିତ ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ବମ୍ୱେ ବିସ୍ପୋରଣ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଅବୁ ସାଲେମଙ୍କୁ ଖଲାସ କରିବାକୁ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ୨୫ ବର୍ଷର ଦଣ୍ଡାଦେଶ ପୂରଣ ହେବା ପରେ କେନ୍ଦ୍ର ପର୍ତ୍ତୁଗାଲ ସରକାରକୁ ଦେଇଥିବା ଆଶ୍ବାସନା ଅନୁଯାୟୀ ଅବୁ ସାଲେମକୁ ଛାଡିବାକୁ ବାଧ୍ୟ।

ସୁପ୍ରିମକୋର୍ଟ ସୋମବାର ଅବୁ ସାଲେମ ମାମଲାର ଶୁଣାଣି କରି କହିଛନ୍ତି ଯେ, ପର୍ତ୍ତୁଗାଲକୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ସମ୍ମାନ ଦେଇ ୧୯୯୩ ମସିହାରେ ହୋଇଥିବା ବମ୍ୱେ ବ୍ଲାଷ୍ଟ ମାମଲାରେ ଗ୍ୟାଙ୍ଗଷ୍ଟର ଅବୁ ସାଲେମଙ୍କୁ ୨୫ ବର୍ଷ କାରାଦଣ୍ଡ ଶେଷ କରିବା ପରେ ସେ ମୁକ୍ତ କରାଯିବ।

୨୦୦୨ରେ ଗିରଫ ହେବା ପରେ ପର୍ତ୍ତୁଗଲକୁ ଭାରତ ସରକାର ଦେଇଥିବା ଏକ ଆଶ୍ବାସନାକୁ ଦର୍ଶାଇ ସାଲେମଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ ଯେ, ସାଲେମଙ୍କ ଜେଲ ଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରବ ନାହିଁ । ଦୀର୍ଘ ଦିନର ଆଇନଗତ ଯୁଦ୍ଧ ପରେ, ସାଲେମଙ୍କୁ ୧୧ ନଭେମ୍ୱର,୨୦୦୫ରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇଥିଲା। ହେଲେ ପର୍ତ୍ତୁଗାଲ ଭାରତ ସମ୍ମୁଖରେ ସର୍ତ୍ତ ରଖିଥିଲା କି ସାଲେମଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନାହିଁ। ଦଣ୍ଡ ଅବଧି ସରିବା ପରେ ତାଙ୍କୁ ଛାଡିଦିଆଯିବ।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସ୍.କେ କୌଲ ଏବଂ ଏମ୍‌.ଏମ୍.ସୁନ୍ଦରେଶ ପର୍ତ୍ତୁଗାଲକୁ ଦିଆଯାଇଥିବା ପ୍ରତିଶ୍ରୃତି ବିଷୟରେ ଉଲ୍ଲେଖ କରି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତୀୟ ସମ୍ୱିଧାନର ଧାରା ୭୨ ଅନୁଯାୟୀ ଦିଆଯାଇଥିବା କ୍ଷମତା ଆଧାରରେ ରାଷ୍ଟ୍ରପତି କ୍ଷମା ପ୍ରଦାନ କରିବାକୁ କୁହାଯାଇଛି।

ଅନ୍ୟପଟେ ୨୫ ଫେବୃଆରୀ ୨୦୧୫ ରେ ଏକ ସ୍ୱତନ୍ତ୍ର TADA କୋର୍ଟ ସାଲେମଙ୍କୁ ଆଉ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ୧୯୯୫ରେ ସାଲେମ ମୁମ୍ୱାଇର ଜଣେ ବିଲଡର ପ୍ରଦୀପ ଜେନାଙ୍କୁ ତାଙ୍କ ଡ୍ରାଇଭର ମହେନ୍ଦି ହସନଙ୍କ ସହ ମଶି ହତ୍ୟା କରିଥିଲେ।  

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *