ଅବିଭାଗିକୃତଭୁବନେଶ୍ୱର

ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ହେବ ପରିବର୍ତ୍ତନ

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ହେବ ପରିବର୍ତ୍ତନ। ନୂଆ ଭାରତ ଜନସ୍ୱାସ୍ଥ୍ୟ ସୂଚକା ଅନୁସାରେ ଏଣିକି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ନୂଆକରି ହେବାକୁ ଥିବା ଚିକିତ୍ସାଳୟ ଏବଂ ପୁନଃ ଉନ୍ନତିକରଣ ହେବାକୁ ଥିବା ଚିକିତ୍ସାଳୟରେ ନୂଆ ଆଇପିଏଚଏସ୍‌ ଲାଗୁ କରାଯିବ। ଏଥିରେ ପ୍ରାଥମିକ ଚିକିତ୍ସାଳୟରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ପୂର୍ବରୁ ଡେ’ କେୟାର ବ୍ୟବସ୍ଥା ଥିବାବେଳେ ଏବେ ୨୪ ଘଣ୍ଟିଆ ବ୍ୟବସ୍ଥା କରାଯିବ। ଡେ’ କେୟାର ସହିତ ପ୍ରତିଦିନ ୨୪ ଘଣ୍ଟା ଚିକିତ୍ସାଳୟ ଖୋଲା ରହିବ।

ଡେ’ କେୟାରରେ ଦୁଇବେଳା ପୂର୍ବଭଳି ବର୍ହିବିଭାଗ ରହିବ ଏବଂ ୨୪ ଘଣ୍ଟିଆ ଚିକିତ୍ସାଳୟରେ ୬ ଶଯ୍ୟା ରହିବ।  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଶଯ୍ୟା ସଂଖ୍ୟା ବୃଦ୍ଧି ହେବ। ରାଜ୍ୟର ଅନେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୬ରୁ ୧୨ ଶଯ୍ୟା ଥିବାବେଳେ ନୂଆ ନିର୍ଦ୍ଦେଶନାମା ଅନୁସାରେ ୩୦ ଶଯ୍ୟା ରହିବ। କେବଳ ଏତିକି ନୁହେଁ ସଦର ଚିକିତ୍ସାଳୟରେ ୧୦୦ ଏବଂ ପ୍ରତି ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ ଶଯ୍ୟା ରହିବ। ବର୍ତ୍ତମାନ କିଛି ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ ଆରମ୍ଭ ହୋଇଥିବା‌ ବେଳେ ଧୀରେ ଧୀରେ ପୂରଣ କରାଯିବ।

Related Articles

Leave a Reply

Your email address will not be published.

Back to top button