ଟିଟିଲାଗଡରୁ ମିଳିଲେ ଭୁବନେଶ୍ୱରରୁ ନିଖୋଜ ଦୁଇ ଛାତ୍ର

Spread the love

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି । ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର । ସେମାନେ ଭୁବନେଶ୍ୱର ଚନ୍ଦକା ଅଞ୍ଚଳର ଏକ ଇଂରାଜୀ ମାଧ୍ୟମିକ ସ୍କୁଲ୍ ର ଛାତ୍ର ।

ଟିଟିଲାଗଡ଼ରୁ ଠାବ ହେଲା ପରେ ପୃଥ୍ୱୀରାଜ ଓ ସୋନୁ କହିଛନ୍ତି ଉଭୟଙ୍କୁ ଅଚେତ କରି ଭୁବନେଶ୍ୱରରୁ ନିଆଯାଉଥିଲା । ସେମାନେ କିନ୍ତୁ କୌଶଳ କ୍ରମେ ଦୁର୍ବୃତଙ୍କ ନିକଟରୁ ଖସି ଆସି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଚନ୍ଦକା ପୁଲିସ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ସବୁଦିନ ପରି ମଙ୍ଗଳବାର ଦିନ ପୃଥ୍ୱୀରାଜ ଓ ସୋନୁ ସ୍କୁଲ୍ ଯାଇ ଆଉ ଘରକୁ ଫେରି ନଥିଲେ । ଦୁଇ ନାବାଳକ ଛାତ୍ର । ସ୍କୁଲ୍ ଛୁଟି ହେବାର ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟା ପରଠାରୁ ଆଜି ସକାଳ ପର୍ଯ୍ୟନ୍ତ ଖୋଜିଖୋଜି ନୟାନ୍ତ ହୋଇଯାଇଥିଲେ । ପରିବାର ଲୋକଙ୍କ ପକ୍ଷରୁ ସ୍ଥାନୀୟ ଚନ୍ଦକା ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ ନିଖୋଜ ୨ ଛାତ୍ରଙ୍କୁ ଖୋଜିବା ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *