ଚାଷୀମାନଙ୍କ ପାଇଁ ଘୋଷଣା କରାଯାଇଥିବା ସ୍ୱତନ୍ତ୍ର ପ୍ୟାକେଜ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷି ମନ୍ତ୍ରୀମାନଙ୍କ ସହ ଆଭାସୀ ମତ ବିନିମୟ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆର୍ଥିକ ବ୍ୟାପାର କମିଟି ବୈଠକ ବସି ଚାଷୀମାନଙ୍କ ନିମନ୍ତେ ଅଭିନବ ଯୋଜନା ଅନ୍ତର୍ଗତ ୩, ୬୮, ୬୭୬.୭କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦିତ ହୋଇଛି । ସ୍ଥାୟୀ ଓ ନିରନ୍ତର କୃଷି ପ୍ରବର୍ତ୍ତନ କରି ଚାଷୀମାନଙ୍କ ଆର୍ଥିକ ଉନ୍ନତି ଓ ସାମଗ୍ରିକ କଲ୍ୟାଣ ନେଇ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି । ଏହି ସବୁ ପଦକ୍ଷେପ ଯୋଗୁଁ ଚାଷୀଙ୍କ ଆୟ ବୃଦ୍ଧି, ପ୍ରାକୃତିକ କୃଷି ସଶକ୍ତ ହେବା ସହ ମୃତ୍ତିକା ଉତ୍ପାଦକତାର ପୁନରୁଦ୍ଦାର ହେବ ଓ ଏଥିସହ ଏକ ଖାଦ୍ୟ ନିରାପତ୍ତା ମଧ୍ୟ ସୁରକ୍ଷିତ ହେବ” ବୋଲି କେନ୍ଦ୍ର ସାର, ରସାୟନ ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖମାଣ୍ଡଭ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୃଷିମନ୍ତ୍ରୀମାନଙ୍କ ସହ ଆଭାସୀ ମତବିନିମୟ କାଳରେ ପ୍ରକାଶ କରିଛନ୍ତି ।

ଡକ୍ଟର ମାଣ୍ଡଭ୍ୟ କହିଛନ୍ତି ଯେ, ସିସିଇଏ ୟୁରିଆ ରିହାତି ଯୋଜନା ଜାରି ରଖିବାକୁ ଅନୁମୋଦନ କରିଛନ୍ତି । କମିଟି ଚାଷୀମାନଙ୍କୁ ୪୫କେଜି ବ୍ୟାଗ ପିଛା ୨୬୬.୭୦ଟଙ୍କାରେ ବିନା ଟିକସ ଓ ନିମପ୍ରଲେପ ବାବଦ ଦେୟ ସହ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି । ପ୍ୟାକେଜରେ ୩, ୬୮, ୬୭୬. ୭କୋଟି ଟଙ୍କା ୟୁରିଆ ସବ୍ସିଡି ବାବଦ ତିନିବର୍ଷ (୨୦୨୨-୨୩ରୁ ୨୦୨୪-୨୫) ପର୍ଯ୍ୟନ୍ତ ଆବଣ୍ଟନ କରାଯାଇଛି । ଏହି ସବ୍ସିଡି ନିକଟରେ ପୌଷ୍ଟିକତା ବାବଦ ରିହାତି (ଏନବିଏସ୍) ୩୮ହଜାର କୋଟିଟଙ୍କା ୨୦୨୩-୨୪ ଖରିଫ ଋତୁ ପାଇଁ ମଧ୍ୟ ଘୋଷିତ ପ୍ୟାକେଜ ସହ ବଳବତ୍ତର ରହିବ । ଚାଷୀମାନେ ୟୁରିଆ ଆହରଣ ନିମନ୍ତେ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ଏହା ସେମାନଙ୍କ ନିବେଶଜନିତ ଖର୍ଚ୍ଚ ମଧ୍ୟ ହ୍ରାସ କରିବ ।

Leave a Reply

Your email address will not be published. Required fields are marked *