କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଉଦ୍ଘାଟନ କଲେ ‘ରିପୋର୍ଟ ଫିସ ଡିଜିଜ’ ଆପ୍

Spread the love

ନୂଆଦିଲ୍ଲୀ : କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଆଜି (୨୮.୦୬.୨୦୨୩) ନୂଆଦିଲ୍ଲୀଠାରେ ଆଣ୍ଡ୍ରଏଡ୍ଭିତ୍ତିକ ମୋବାଇଲ ଆପ୍ ‘ରିପୋର୍ଟ ଫିସ ଡିଜିଜ୍’ର ଶୁଭାରମ୍ଭ କରିଛନ୍ତି । ଏଥିରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ, ମତ୍ସ୍ୟ ବିଭାଗ ସଚିବ ଜେ.ଏନ ସ୍ୱାଇଁ, ଏମ୍.ଓ.ଏଫ.ଏ.ଏଚ.ଆଣ୍ଡ ଡି ଡକ୍ଟର ଅଭିଲକ୍ଷ୍ୟ ଲିଖି, ଏମ୍.ଓ.ଏଫ.ଏ.ଏଚ.ଆଣ୍ଡ ଡିର ଓ ଏସ୍ ଡିଏଆରଇ ଆଣ୍ଡ ଡିଜି, ଆଇସିଏଆର, ନୂଆଦିଲ୍ଲୀ ସଚିବ ଡକ୍ଟର ହିମାଂଶୁ ପାଠକଙ୍କ ଉପସ୍ଥିତିରେ ଏହି ଆପ୍ ଉଦ୍ଘାଟିତ ହୋଇଛି । ଡିଜିଟାଲ ଇଣ୍ଡିଆ ଦୂରଦୃଷ୍ଟିକୁ ଆଖି ଆଗରେ ରଖି ‘ରିପୋର୍ଟ ଫିସ୍ ଡିଜିଜ୍’ ଆପ୍ କୁ ଆଇସିଏଆର ନ୍ୟାସନାଲ ବ୍ୟୁରେ ଅଫ ଫିସ ଜେନେଟିକ୍ ରିସୋର୍ସ (ଏନବିଏଫଜିଆର) ଲକ୍ଷ୍ନୌ ବିକଶିତ କରିଥିବାବେଳେ ଜାତୀୟ ଜଳଜୀବ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ଏହି ଆପ୍ ର ଶୁଭାରମ୍ଭ ହୋଇଛି ।

ପୃଷ୍ଠଭୂମି -ପିଏମ୍ଏମ୍ଏସୱାଇ ଯୋଜନା ଅଧୀନରେ ଏନଏସ୍ପିଏଏଡିର ଦ୍ୱିତୀୟ ପର୍ଯ୍ୟାୟ ତ୍ୱରାନ୍ୱିତ କରିବାକୁ ମତ୍ସ୍ୟବିଭାଗ ତିନିବର୍ଷ ପାଇଁ ୩୩. ୭୮କୋଟି ଟଙ୍କା ବ୍ୟୟବରାଦ କରିଛି ।

ଏହି ଆପ୍ ସହ ଏନ୍.ଓ.ଏମ୍.ଏ.ଏସ୍.ଆଇ.ଆର.ଡି ଏହାର ସ୍ୱଚ୍ଛ ଖବର ପ୍ରଦାନ ଯୋଗୁଁ ଜାତୀୟ ଓ ଆନ୍ତର୍ଜାତିକ ଆଇନଗତ ବାଧ୍ୟତାଗୁଡିକ ପୂରଣ କରିପାରିବ । ଏହି ଆପ୍ ଏକ କେନ୍ଦ୍ରୀୟ ମଞ୍ଚ ହୋଇଥିବାରୁ ମତ୍ସ୍ୟ ଚାଷୀ, କ୍ଷେତ୍ରୀୟ ଅଧିକାରୀ, ମତ୍ସ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଅନାୟାସରେ ଏକତ୍ରିତ କରିପାରିବ । ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଯାହା ଆଗରୁ ପଦାକୁ ଆସିନାହିଁ ବା ଦୈବାତ୍ କୌଣସି କାରଣରୁ ଅସମାଧିତ ରହିଛି, ସେହି ସମସ୍ୟା ଗୁଡିକର ଖୁବ୍ କମ୍ ସମୟ ମଧ୍ୟରେ ଦକ୍ଷତାର ସହ ସମାଧାନ ହୋଇପାରିବ ।

Leave a Reply

Your email address will not be published. Required fields are marked *