ଶୁଭାରମ୍ଭ ପରେ ଜବଲପୁରରେ ପହଞ୍ଚିଲା ବନ୍ଦେ ଭାରତ ଟ୍ରେନ୍ , ସ୍ୱାଗତ କଲେ ସାଂସଦ

Spread the love

ଜବଲପୁର : ଭୋପାଳର ରାଣୀ କମଳାପତି ରେଲେଓ ଷ୍ଟେସନରୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଦେଖାଇବା ପରେ ବନ୍ଦେମତରମ ଟ୍ରେନ ଜବଲପୁର ପହଞ୍ଚିବା ପରେ ସେଠାରେ ସ୍ୱାଗତ କରାଯାଇଛି । ରାଣୀ କମଳାପତିରୁ ଚାଲୁଥିବା ଟ୍ରେନ୍ ଇଟାରସି, ସୋହାଗପୁର ତଥା ପିପାରିଆ ଅତିକ୍ରମ କରି ଗାଡରବାରା, ନରସିହଂପୁର ପଟେ ସନ୍ଧ୍ୟା ୪ ଟା ସମୟରେ ଜବଲପୁର ରେଲେଓ ଷ୍ଟେସନରେ ପହଞ୍ଚିଛି । ସେଠାରେ ସେହି ଅଞ୍ଚଳର ସାଂସଦ ରାକେଶ ସିଂହ ସହିତ ସମସ୍ତ ଜନପ୍ରତିନିଧି ଏହି ଟ୍ରେନକୁ ସ୍ୱାଗତ କରିଛନ୍ତି ।

ପାଖା ପାଖି ୪ଟା ସମୟକୁ ଯେତେବେଳେ ଟ୍ରେନ ୬ ନଂବର ପ୍ଲାଟଫର୍ମ ନିଟରେ ପହଞ୍ଚିଛି ସେଠାରେ ସ୍ୱାଗତ କରିବାକୁ ଫୁଲ ବର୍ଷା ହେବାକୁ ଲାଗିଥିଲା । ଏହି ସମୟ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଏବଂ ପିଲାମାନେ ବନ୍ଦେ ମାତରମ ଟ୍ରେନ ଆଗରେ ଛିଡା ହୋଇ ସେଲଫି ନେବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *