ମଣିପୁରରେ ପୁଣି ହିଂସା, ଆଇଇଡି ବିସ୍ଫୋରଣରେ ୨ ମୃତ

Spread the love

ଇମ୍ଫାଲ : ମଣିପୁରରେ ଚାରି ଦିନର ଶାନ୍ତି ପରେ ବୁଧବାର ସଂନ୍ଧ୍ୟାରେ ପୁଣି ଥରେ ହିଂସା ତେଜି ଉଠିଛି । ମଣିପୁରର କାଙ୍ଗପୋକି ଜିଲ୍ଲା ତଥା ଇମ୍ଫାଲ ପୂର୍ବ ଜିଲ୍ଲାର ମଧ୍ୟଭାଗ ସ୍ଥିତ ଉରଙ୍ଗପତ ଗ୍ରାମ ଏବଂ ୱାଇକେପିଆଇରେ ଗୁଳି ବିନିମୟ ହୋଇଛି । ବିଷ୍ଣୁପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ବିଷ୍ଣୁପପୁର ଜିଲ୍ଲାର କ୍ଵାତକର ଅଞ୍ଚଳର ଦକ୍ଷିଣୀ ଛୋର ସ୍ଥିତ ୱାର୍ଡ଼ ନମ୍ବର ୯ ନିକଟରେ ଏକ ପୋଲ ଉପରେ ବୁଧବାର ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଏକ ଆଇଇଡି ବିସ୍ଫୋରଣ ହୋଇଥିଲା । ଏହି ସମୟରେ ପୋଲ ଉପରେ ଏକ ସ୍କର୍ପିଓ କାର ଛିଡା ହୋଇଥିଲା । ବିସ୍ଫୋରଣରେ ଏହି ସ୍କର୍ପିଓରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଛନ୍ତି । ଆହତ ନାବାଳକମାନଙ୍କୁ ମୈରଙ୍ଗର ଏକ ହସ୍ପିଟାଲରେ ଭର୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *