ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା, ଜୁଲାଇ ୮ରେ ମତଦାନ ଓ ଶୁକ୍ରବାରଠାରୁ ନାମାଙ୍କନ

Spread the love

କୋହ୍ଲାପୁର : ପଶ୍ଚିମ ବଙ୍ଗର ରାଜ୍ୟ ନିର୍ବାଚନ କମିଶନ ଦାୟୁତ୍ୱ ତୁଲାଇବାକୁ ପୂର୍ବତନ ମୁଖ୍ୟ ସଚିବ ରହିବେ ରାଜିବ ସିହ୍ନା । ବହୁ ପ୍ରତିକ୍ଷିତ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି ରାଜିବ ସିଂହ୍ନା । ସେ ଗୁରୁବାରଦିନ ପ୍ରେସ୍ କନଫୋରେନ୍ସ କରି କହିଛନ୍ତି ଯେ ଆଗାମୀ ୮ ଜୁଲାଇରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବ । ଗୋଟିଏ ପର୍ଯ୍ୟାୟରେ ପୁରା ରାଜ୍ୟରେ ନିର୍ବାଚନ ସମାପ୍ତ ହେବ । ଏଥିପାଇଁ ଶୁକ୍ରବାର ଦିନ ଠାରୁ ନାମଂଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସହିତ ରାଜ୍ୟରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଯାଇଛି । ସେଥିପାଇଁ ରାତି ୧୦ଟା ଠାରୁ ସକାଳ ୮ଟା ପର୍ଯ୍ୟନ୍ତ ରାଜନୈତିକ ସମାବେସ ପାଇଁ ରୋକ ଲଗାଇଦିଆହୋଇଛି ।

Leave a Reply

Your email address will not be published. Required fields are marked *