Dhenkanal

ରଘୁନାଥ ଜୀଉ ମନ୍ଦିର ରୁ ୬ ଟି ରୂପା ମୁକୁଟ ଚୋରି

ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମ ସ୍ଥିତ ୧୬୦୦ ମସିହାରୁ ନିର୍ମିତ ପ୍ରାଚୀନ ରଘୁନାଥ ଜୀଉ ମନ୍ଦିର ରୁ ଗତ କାଲି ରାତି କୌଣସି ଦୁର୍ବୃତ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କର ୬ ଟି ରୂପା ମୁକୁଟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ମନ୍ଦିର ପରିଚାଳନା କମିଟି ସଭାପତି ବିନୋଦ କୁମାର ସ୍ୱାଇଁ ଏ ସମ୍ପର୍କ ରେ ଭୁବନ ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ ଢ଼େଙ୍କାନାଳ ଫରେନ୍ସିକ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଚଳାଇଥିଲେ । ଭୁବନ ଥାନା ରେ କେଶ୍ ନମ୍ୱର୍ ୨୩୮/୨୦୨୩ ଦଫା ୪୫୭,୩୮୦ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button