ସମସ୍ତ ତିନି ସେନାର ମହିଳାମାନେ କାରଗିଲ ଯୁଦ୍ଧର ୨୪ ବର୍ଷର ବିଜୟ ଉତ୍ସବ ପାଳନ କରିବେ

Spread the love

ନୂଆଦିଲ୍ଲୀ : କାରଗିଲ ଯୁଦ୍ଧରେ ପାକିସ୍ଥାନ ସହିତ ଜିତିବାର ୨୪ ବର୍ଷ ପୁରା ହେଉଥିବାରୁ ଉତ୍ସବ ପାଳନ ପାଇଁ ମଙ୍ଗଳବାର ଦିନ ଜାତୀୟ ଯୁଦ୍ଧ ସ୍ମାରକ ରୁ କାରଗିଲ ଯୁଦ୍ଧ ସ୍ମାରକ ଦ୍ରାସ ପର୍ଯ୍ୟନ୍ତ ନାରୀ ସଶକ୍ତିକରଣ ମହିଳା ମୋଟର ସାଇକେଲ ରାଲି ଆରମ୍ଭ ହୋଇଛି । ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ତିନି ସେନାର ମହିଳା ମୋଟର ସାଇକେଲ ରାଲିକୁ ସବୁଜ ପତାକ ଦେଖାଇଥିଲେ । ସ୍ଥଳ ସେନାଧ୍ୟକ୍ଷ ଏହିପରି ଏକ ଚ୍ୟାଲେଜିଂ ଯାତ୍ରା କରିବା ପାଇଁ ପୁରା ଟିମକୁ ପ୍ରଶଂସା କରିଥିଲେ ଯାହାକି ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇଥାଏ ।

ମୋଟର ସାଇକେଲ ରାଲି ପାଇଁ ୨୫ ଜଣିଆ ଟିମରେ ଦୁଇଜଣ ବୀର ନାରୀ ସାମିଲ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସେବାରତ ଅଧିକାରୀ । ଏଥି ସହ ଭାରତୀୟ ସେନାରେ ୧୦ ଜଣ ସେବାରତ ମହିଳା ଅଧିକାରୀ, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନାର ଜଣେ ମହିଳା ଅଧିକାରୀ, ଭାରତୀୟ ସେନାର ତିନିଜଣ ମହିଳା ସୈନିକ ଏବଂ ଆଠଜଣ ସଶସ୍ତ୍ର ଅଧିକାରୀ ଅଛନ୍ତି । ସମସ୍ତ ମହିଳା ଦଳ କାରଗିଲ ଯୁଦ୍ଧରେ ସଶସ୍ତ୍ର ବାହିନୀର ନିର୍ଣ୍ଣାୟକ ବିଜୟ ଉତ୍ସବ ପାଳନ କରିବେ ଏବଂ ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

Leave a Reply

Your email address will not be published. Required fields are marked *