ଅବିଭାଗିକୃତ

ଭାରତ ପୁଅଙ୍କ ହାତରେ ୟୁଟ୍ୟୁବ

() ଭାରତ ପୁଅଙ୍କ ହାତରେ ୟୁଟ୍ୟୁବ । ଗୁଗୁଲ ଆଡୋବ, ପେପସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଜଣେ ଭାରତୀୟ ବଂଶୋଭବ । ୟୁଟ୍ୟୁବର ସିଇଓ ହେବେ ନୀଲ ମୋହନ । ୟୁଟ୍ୟୁବର ସିଇଓ ସୁସାନ ବୋଜିକ ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତୀ ସିଇଓ । ତେବେ ଦୀର୍ଘ ୯ ବର୍ଷ ଧରି ମୁଖ୍ୟ କାର୍ଯ୍ୟନିର୍ବାହୀ ପଦବାରେ ଥିବା ସୁଜନ ଓ୍ୱୋଜିକ୍କି  ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ପଦ ଛାଡିବା ନେଇ ଗୁରୁବାର ଦିନ ଏକ ବ୍ଲଗ ପୋଷ୍ଟରେ କହିଥିଲେ । ଏବେ ଭାରତୀୟ ବଂଶୋଦ୍ଭବ ନୀଳ ହେବେ ୟୁଟ୍ୟୁବର ସିଓ ।

ଭାରତୀୟ ବଂଶୋଦ୍ଭବ ନୀଳ ଜଣେ ଆମେରିକାନ ଟେକ ଜିଆଣ୍ଟ । କାଲିଫୋର୍ଣ୍ଣିଆସ୍ଥିତ ଷ୍ଟାଟଫୋଡ୍ ୟୁନିଭର୍ସିଟିରୁ ଇଲେକଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ମାଇକ୍ରୋସଫ୍ଟରେ ଇଣ୍ଟନସିପ କରିଥିଲେ ନୀଲ ମୋହନ। ୨୦୦୮ରେ ସେ ଗୁଗୁଲରେ ଯୋଗ ଦେଇଥିଲେ।  ୟୁଟ୍ୟୁବକୁ ଗୁଗଲ ଅକ୍ତିଆର କରିବା ପରେ ୨୦୧୫ରେ ସେ ଏହାର ଚିଫ୍ ପ୍ରଡକ୍ଟ ଅଫିସର ହୋଇଥିଲେ । ତାଙ୍କ ସମୟରେ ୟୁଟ୍ୟୁବରେ ଟିଭି, ମ୍ୟୁଜିକ, ପ୍ରିମିୟମ୍ ଓ ବହୁଳ ପ୍ରସାରିତ SHOORTS ର ଆରମ୍ଭ ହୋଇଥିଲା ।

ୟୁଟ୍ୟୁବ ର ସିଇଓ ପଦ ପାଇବା ପରେ ନୀଲ ମୋହନ ଟ୍ୱିଟ କରି କହିଛନ୍ତି, ଏହି ମହତ୍ୱପୂର୍ଣ୍ଣ ମିଶନ ଜାରି ରଖିବାକୁ ଉତ୍ସାହିତ ଅଛି ଓ ଏକ ନୂଆ ସୁନ୍ଦର ଭବିଷ୍ୟତ ଆଶା କରୁଛି।

Related Articles

Leave a Reply

Your email address will not be published.

Back to top button