ବିଦ୍ୟୁତ ଆଘାତରେ ଯୁବକ ମୃତ

Spread the love

ସୁବର୍ଣ୍ଣପୁର: ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କର ପଡାରେ ଅଭାବନୀୟ ଘଟଣା ଘଟିଛି। ପୁରୁଣା ଘର ଭାଙ୍ଗିବାବେଳେ ବିଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ମାଲିପଡାର ଯତନ ସେଠୀ ବୋଲି ଜଣାପଡିଛି।  ତରଭା ସହରର ଶିବଶଙ୍କରପଡାରେ ଜଣେ ବ୍ୟକ୍ତିଙ୍କ ଘର ମରାମତି କାମ କରିବାକୁ ଯାଇଥିବାବେଳେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *