ରାଜନୀତିରାଜ୍ୟ

ନୂତନ ସଂସଦ ଭବନ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟନ ପାଇଁ ଦାବୀ ରଖନ୍ତୁ ମୁଖ୍ୟମନ୍ତ୍ରୀ – ପିସିସି ସଭାପତି

ଭୁବନେଶ୍ୱର : ଚଳିତ ମାସ ୨୮ ତାରିଖ ଦିନ ନୂତନ ସଂସଦ ଭବନ ଉଦ୍‌ଘାଟନ ହେବ । ଏହାକୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଉଦ୍‌ଘାଟନ କରିବା ପାଇଁ ରାହୁଲ ଗାନ୍ଧୀ ଯେଉଁ ମତ ରଖିଛନ୍ତି ତାହାକୁ ହୃଦୟତାର ସହ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ସମର୍ଥନ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାନ ଦାବୀ ରଖିବା ଉଚିତ୍ କାରଣ ପ୍ରତ୍ୟେକ କ୍ଷେତ୍ରରେ ବିଜେଡ଼ି ଦଳ ଏବଂ ମୁଖ୍ୟମନ୍ତ୍ରୀ ସବୁବେଳେ ମା’ କୁ ସମ୍ମାନ କଥା କହିଥାନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ନିର୍ବାଚନୀ ପ୍ରାର୍ଥୀତ୍ୱକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣମାତ୍ରାରେ ସମର୍ଥନ କରିଥିଲେ । ଦେଶର ସଂସଦ ଭବନ ଯଦି ମହାମହୀମ ରାଷ୍ଟ୍ରପତି ଉଦ୍‌ଘାଟନ କରନ୍ତି ତେବେ ଦଳମତ ନିର୍ବିଶେଷରେ ସମସ୍ତେ ପସନ୍ଦ କରିବେ ଏବଂ ସମ୍ମାନ ମଧ୍ୟ ଦେବେ । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବୀକୁ ନିଶ୍ଚିତ ରୂପେ ରଖିବେ ବୋଲି ଓପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button