ଗରିବର ପତ୍ନୀ-ଗାଁ ଯାକର ଭାଉଜ:ଅଫିସରଙ୍କ ଅଣଦେଖାରୁ କ୍ଷୋଭ ଝାଡ଼ିଲେ ଦଳିତ ବିଧାୟକ

ଗରିବର ପତ୍ନୀ, ସମସ୍ତଙ୍କର ଭାଉଜ। ସେଥିଲାଗି କେହି ପଚାରନ୍ତିନି। ଅଫିସରରାଜକୁ ନେଇ ଏଭଳି ଢଗ କହି ନିଜର ରୋଷ ଝାଡ଼ିଛନ୍ତି ବିଜେପି ବିଧାୟକ ପନ୍ନାଲାଲ ସାକ୍ୟ। ଗୁନାର ବିଜେପି ବିଧାୟକ ପନ୍ନାଲାଲ କେମିତି ବ୍ୟବସ୍ଥା ତାଙ୍କୁ ଉପେକ୍ଷା କରୁଛି, ତାକୁ ନେଇ ଖୁଲମଖୁଲା ଅସନ୍ତୋଷ ଜାହିର କରିଛନ୍ତି। ସେ ସଂରକ୍ଷିତ ଆସନରୁ ବିଧାୟକ ହୋଇଥିବାରୁ ପ୍ରଶାସନିକ ବ୍ୟବସ୍ଥା ଓ ପ୍ରଶାସନ ତାଙ୍କୁ ଅଣଦେଖା କରିଆସୁଛନ୍ତି ବୋଲି ଗମ୍ଭୀର ଆରୋପ ଲଦିଛନ୍ତି। ବିଧାୟକ ଭାବରେ ଜନତାର ସ୍ୱରକୁ ଶାସନ ଓ ପ୍ରଶାସନ ପାଖରେ ପହଞ୍ଚାଇବା ତାଙ୍କର କର୍ତ୍ତବ୍ୟ। କିନ୍ତୁ ଅଫିସରରାଜରେ ସେ ଅତିଷ୍ଠ ହୋଇପଡ଼ିଲେଣି। ତାଙ୍କ କଥାକୁ କେହି ଗମ୍ଭୀରତାର ସହ ନେଉନାହାନ୍ତି କି ଗୁରୁତ୍ୱ ଦେଉନାହାନ୍ତି। ଯଦି ସେ ଅଣସଂରକ୍ଷିତ ଆସନରୁ ବିଧାୟକ ହୋଇଥାଆନ୍ତେ, ହୁଏତ କେହି ଶୁଣିଥାଆନ୍ତେ ବୋଲି କ୍ଷୋଭ ଝାଡ଼ିଛନ୍ତି ପନ୍ନାଲାଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *